ପୋଖରୀକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର

Advertisment
ପୋଖରୀକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର

Shutterstock

କେନ୍ଦୁଝର : କେନ୍ଦୁଝର ସହର ମଝିରେ ଥିବା ଶିରିପୁର ଗାଁରେ ଗତକାଲି ପତ୍ନୀ ସମ୍ମୁଖରେ ପୋଖରୀକୁ ଡେଇଁପଡ଼ିଥିବା ସ୍ବାମୀର ମୃତ ଦେହ ଆଜି ମିଳିଛି। ପୋଖରୀରେ ଆଜି  ମୃତ ଦେହଟି ଭାସିବା ଦେଖଇ ସ୍ଥାନୀୟ ଲୋକେ ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

କଟ୍ରାବଡୋର କୁନୁ ମୁଖୀଙ୍କ ସହିତ ପତ୍ନୀ ସୁଭଦ୍ରା ଲୋହାର ଶିରିପୁର ହାଣ୍ଡିଆ ଭାଟିର ହାଣ୍ଡିଆ ପିଇ ଫେରୁଥିବା ବେଳେ କୌଣସି କାରଣରୁ ପତ୍ନୀଙ୍କ ସହିତ ଝଗଡ଼ା ହୋଇଥିଲା। ଏହାପରେ ସ୍ବାମୀ କୁନୁ ମୁଖୀ ଶିରିପୁର ଗାଁ ମୁଣ୍ଡରେ ଥିବା ପୋଖରୀକୁ ଡେଇଁ ପଡ଼ିଥିଲେ।  ମଦ ନିଶାରେ ପୋଖରୀକୁ ଡେଇଁବା ‌ପରେ ଆଉ ଉଠି ପାରି ନ ଥିଲେ । ଗତକାଲି ଦିନ ସାରା ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ କୁନୁ ମୁଖୀଙ୍କ ପତ୍ତା ମିଳି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe