ନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ପଦ୍ମପୁର: ପଦ୍ମପୁର ଥାନା ଚାରପାଲି ଗଁା ନିକଟ ଅଙ୍ଗନଦୀରୁ ଜଣେ ବୃଦ୍ଧାଙ୍କ ମୃତଦେହକୁ ପୁଲିସ୍‌ ଉଦ୍ଧାର କରିଛି। ମୃତ ବୃଦ୍ଧା ଜଣକ ଜାମଖାରି ଗ୍ରାମର ରଙ୍ଗବତୀ ଧରୁଆ (୭୨) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତ ୨୫ରୁ ସେ ନିଖୋଜ ହୋଇଥିବା ପରିବାରବର୍ଗ ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ। ପରିବାରଲୋକେ ବହୁତ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖି ପୁଲିସ୍‌ ଖବର ଦେଇଥିଲେ। ଆଦର୍ଶ ଥାନାଧିକାରୀ ରାଜେନ୍ଦ୍ର ସିଅଲ ଓ ସହକର୍ମୀ ଘଟଣାସ୍ଥଳକୁ ପହଂଚି ଶବ ଜବତ କରିଥିଲେ। ବ୍ୟବଚ୍ଛେଦ ପାଇଁ ଶବକୁ ପୁଲିସ୍‌ ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe