ପ୍ରକାଶ ପାଇଲା ଏସ୍‌ଭିଏମ୍‌ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ

Advertisment

ଶୁଭମ କଲେଜର ବେଷ୍ଟ୍ ଗ୍ରାଜୁଏଟ ସହିତ ବିଜ୍ଞାନ ଟପର୍, କଳାରେ ପ୍ରତିଭା ଓ ବାଣିଜ୍ୟରେ ଶୁଭସ୍ମିତା ଟପର୍ 

ଶୁଭମ କଲେଜର ବେଷ୍ଟ୍ ଗ୍ରାଜୁଏଟ ସହିତ ବିଜ୍ଞାନ ଟପର୍, କଳାରେ ପ୍ରତିଭା ଓ ବାଣିଜ୍ୟରେ ଶୁଭସ୍ମିତା ଟପର୍ 

ପ୍ରକାଶ ପାଇଲା ଏସ୍‌ଭିଏମ୍‌ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ
ଜଗତସିଂହପୁର ଟାଉନ: ଜଗତସିଂହପୁର ଜିଲ୍ଲାର ସର୍ବପୁରାତନ ଓ ସର୍ବବୃହତ କଲେଜ ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ସ୍ନାତକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଲେଜ ଅଧ୍ୟକ୍ଷ ଡ଼. ନିରଞ୍ଜନ ବିଶ୍ୱାଳ ଓ ଅଧ୍ୟାପକ ମାନେ ଉପସ୍ଥିତ ରହି ପରୀକ୍ଷା ଫଳ ପ୍ରକାଶ କରିଥିଲେ। କଲେଜର ବେଷ୍ଟ ଗ୍ରାଜୁଏଟ ଶୁଭମ କୁମାର ସାହୁ ହୋଇଛନ୍ତି।
କରୋନା ମହାମାରୀ ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯୁକ୍ତ ୩ ଶେଷ ଅର୍ଥାତ୍ ଷଷ୍ଠ ସେମିଷ୍ଟର୍ ପରୀକ୍ଷା ଅନଲାଇନ୍ ମାଧ୍ୟମରେ କରାଯାଇଥିଲା । ଏହି ପରୀକ୍ଷାରେ କଲେଜର ବେଷ୍ଟ ଗ୍ରାଜୁଏଟ ଶୁଭମ କୁମାର ସାହୁ ହୋଇଛନ୍ତି । ସେ ବିଜ୍ଞାନ ବିଭାଗ ସହିତ ରାସାୟନ ବିଜ୍ଞାନ ବିଭାଗର ମଧ୍ୟ ଟପର୍ ମଧ୍ୟ ହୋଇଛନ୍ତି । ସେ ମୋଟ ୨୬୦୦ ନମ୍ୱରରୁ ୨୩୭୧ ନମ୍ୱର ରଖି ଏହି ଗୌରବର ଅଧିକାରୀ ହୋଇଛନ୍ତି । ଶୁଭମଙ୍କ ଘର ଜଗତସିଂହପୁର ଜିଲ୍ଲା ଅଣଖିଆ ନିକଟବର୍ତ୍ତୀ ଦଣ୍ତିଲୋ ଗ୍ରାମରେ ହୋଇଥିବା ବେଳେ ତାଙ୍କ ବାପା ବାମନ ଚରଣ ସାହୁ ପେଷାରେ ଜଣେ କୃଷକ ଓ ମାଆ ପୁଷ୍ପଲତା ସାହୁ ଜଣେ ସୁ-ଗୃହିଣୀ ।
କଳାରେ ପ୍ରତିଭା ବିଶ୍ୱାଳ ଯିଏକି ଶିକ୍ଷା ଅନର୍ସରେ ମଧ୍ୟ ଟପର ହୋଇଛନ୍ତି । ସେ ମୋଟ ୨୬୦୦ ମାର୍କରୁ ୨୨୨୮ ନମ୍ୱର ରଖିଛନ୍ତି । ବାଣିଜ୍ୟରେ ଶୁଭସ୍ମିତା ପଣ୍ତା ମୋଟ ୨୬୦୦ ନମ୍ୱରରୁ ୨୦୭୬ ମାର୍କ ରଖି ଟପର ହେବାର ଗୌରବ ଅର୍ଜନ କରିଛନ୍ତି। କଲେଜର କଳାର ଅନ୍ୟ ବିଭାଗ ମାନଙ୍କରେ ରାଜନୀତି ବିଜ୍ଞାନ ବିଭାଗରେ ଅଭିଶେକ ସାହୁ, ଦର୍ଶନ ଶାସ୍ତ୍ର ବିଭାଗରେ ଅମିତ ବେହେରା, ଓଡ଼ିଆ ବିଭାଗରେ ଅଲିଭା କର, ଇତିହାସ ବିଭାଗରେ ତୁଷାର କାନ୍ତ ବରାଳ, ଇଂରାଜୀ ବିଭାଗରେ ପ୍ରତିଜ୍ଞାନ ପଢିଆରୀ, ସୋହାନା ଆଜମି ଅର୍ଥଶାସ୍ତ୍ର ବିଭାଗର ଟପର୍ ହୋଇଛନ୍ତି ।
ଅନ୍ୟପକ୍ଷରେ କଲେଜର ବିଜ୍ଞାନ ବିଭାଗ ମାନଙ୍କରେ ସୋମନାଥ ବାରିକ ପଦାର୍ଥ ବିଜ୍ଞାନ, ଶୁଭମ କୁମାର ସାହୁ ରାସାୟନ ବିଜ୍ଞାନ, ଜିତେଶ ନାୟକ ଗଣିତ ବିଭାଗ, ସୁଶ୍ରିତା ଆଚାର୍ଯ୍ୟ ଉଦ୍ଭିଦ ବିଜ୍ଞାନ ଓ ଶ୍ରଧା ସୁମନ ପଟ୍ଟନାୟକ ପ୍ରାଣୀ ବିଜ୍ଞାନରେ ଟପର ହେବାର ସୌଭାଗ୍ଯ ଅର୍ଜନ କରିଛନ୍ତି । କଳାରେ ମୋଟ ୨୫୨ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୧୮୩ ଜଣ ପ୍ରଥମ ଶ୍ରେଣୀ, ୪୯ ଜଣ ଦ୍ୱିତୀୟ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୦ ଜଣ ଫେଲ୍ ହୋଇଛନ୍ତି । କଳାରେ ପାସ୍ ପ୍ରତିଶତ ୯୨.୧। ବାଣିଜ୍ୟରେ ମୋଟ ୨୭୪ ଜଣ ପିଲା ପରୀକ୍ଷା ଦେଇଥିଲେ l ୨୧୪ ଜଣ ପ୍ରଥମ ଶ୍ରେଣୀ, ୪୩ ଜଣ ଦ୍ୱତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୭ ଜଣ ଫେଲ୍ ହୋଇଛନ୍ତି । ବାଣିଜ୍ୟରେ ପାସ୍ ହାର ରହିଛି ୯୩.୮ ପ୍ରତିଶତ l
ସେହିପରି ବିଜ୍ଞାନ ବିଭାଗରେ ମୋଟ ୨୪୩ ଜଣ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ୨୨୩ ଜଣ ପାସ୍ କାରିଥିବା ବେଳେ ୨୦ ଜଣ ଏହି ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛନ୍ତି। ବିଜ୍ଞାନରେ ୯୧.୮ ପ୍ରତିଶତ ହୋଇଛି। କଲେଜରେ ଥିବା ସେଲ୍ଫ୍ ଫାଇନାନ୍ସ କୋର୍ସ ବିବିଏ ରେ ସ୍ମୃତିରେଖା ଧରଣୀଧର ଭୋଇ ଓ ବିସିଏ ରେ ସତ୍ୟଜିତ ମହାରଣା ଟପର୍ ହୋଇଛନ୍ତି। ଏଥିରେ ମୋଟ ୬୪ ଜଣ ପରୀକ୍ଷା ଦେଇଥିବା ବେଳେ ୫୮ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସ୍ଥଳେ ୬ ଜଣ ଫେଲ୍ ହୋଇଛନ୍ତି । ଏଥିରେ ପାସ୍ ହାର ରହିଛି ୯୦.୬ ପ୍ରତିଶତ।
କଲେଜ ଅଧ୍ୟକ୍ଷ ଡ଼. ନିରଞ୍ଜନ ବିଶ୍ୱାଳଙ୍କ ଦ୍ୱାରା ଏହି ପରୀକ୍ଷା ରେଜଲ୍ଟ୍ ପ୍ରକାଶ ପାଇବା ସମୟରେ କଲେଜର ପରୀକ୍ଷା ନିୟନ୍ତ୍ର୍ରକ ଡ଼. ମନୋଜା ମଞ୍ଜରୀ ସ୍ୱାଇଁ, ଉପ-ପରୀକ୍ଷା ନିୟନ୍ତ୍ର୍ରକ ପ୍ରଶାନ୍ତ କୁମାର ବେହେରା, ସହ ପରୀକ୍ଷା ନିୟନ୍ତ୍ର୍ରକ ଡ଼. ଅମୃତା ମହାନ୍ତି, ଯୁକ୍ତ ୨ ଇନଚାର୍ଜ ଡ଼. ପ୍ରଦୋଷ ରଞ୍ଜନ ଦାସ, ପ୍ରଶାସନିକ ଅଧିକାରୀ ନିତାଇ ଚରଣ ତ୍ରିପାଠୀ , ଏକାଡେମୀକ୍ ଅଫିସର୍ ଡ଼. ବିଜୟ କୁମାର ବିଶ୍ୱାଳ, ସ୍ୱୟ୍ଂଶାସିତ ପରୀକ୍ଷା ବିଭାଗର କନଫିଡ଼େନ୍ସିଆଲ୍ କର୍ମଚାରୀ ବିଶ୍ୱବିକାଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe