indianadmissionsguru.com
କଟକ : ଏସ୍ସିବି ମେଡିକାଲ୍ କଲେଜର ୨୦୧୫-୨୦ ବ୍ୟାଚର ଏମବିବିଏସ୍ ପରୀକ୍ଷାଫଳ ପ୍ରକାଶ ପାଇଛି। ଶତ ପ୍ରତିଶତ ପାସ୍ ହାର ରହିଥିବା ବେଳେ ଛାତ୍ର ଅନିଲ ମିଶ୍ର ୬୫୧ ନମ୍ବର ରଖି ଟପର ହୋଇଛନ୍ତି। ମୋଟ ୨୫୨ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ।
ଛାତ୍ର ସଂସଦର ପୂର୍ବତନ ସଭାପତି ଦୀପକ୍ କୁମାର ସାମଲ ନିଜର ସହପାଠୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। କରୋନା ମହାମାରୀ ସମୟରେ ଏସ୍ସିବି ମେଡିକାଲର ଛାତ୍ରଛାତ୍ରୀ ଓଡ଼ିଶାର ପ୍ରଥମ କଲେଜ୍ ଭାବେ ଆଗେଇ ଆସି ପରୀକ୍ଷା ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ଠିକ୍ ସମୟରେ ଠିକ୍ ପଦକ୍ଷେପ ନେଇ ପରୀକ୍ଷାକୁ ପରିଚାଳନା କରିବା ଏବଂ ନିୟମ ଅନୁଯାୟୀ ସମସ୍ତ ପ୍ରକ୍ରିୟା ଶେଷ କରିଥିବାରୁ କଲେଜର ଅଧକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ବର୍ତ୍ତମାନର ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରଶାନ୍ତ ନନ୍ଦଙ୍କୁ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କ ତରଫରୁ ଶ୍ରୀ ସାମଲ କୃତଜ୍ଞତା ଜଣାଇଛନ୍ତି। ଡିଏମ୍ଇଟି ପ୍ରଫେସର ଡାକ୍ତର ସି ବି କେ ମହାନ୍ତି ଏବଂ ଅତିରିକ୍ତ ଡିଏମ୍ଇଟି ଡାକ୍ତର ବ୍ରଜ କିଶୋର ଦାସ ଓ ମନ୍ତ୍ରୀ ନବ କିଶୋର ଦାସଙ୍କୁ ମଧ୍ୟ ଏଥିପାଇଁ କୃତଜ୍ଞତା ଜ୍ଞାପନ କରାଯାଇଛି।
Follow Us