ଅବସରପ୍ରାପ୍ତ ପ୍ରଶାସକ ପି ସି ହୋତାଙ୍କ ପରଲୋକ

Advertisment
ଅବସରପ୍ରାପ୍ତ ପ୍ରଶାସକ ପି ସି ହୋତାଙ୍କ ପରଲୋକ

ଭୁବନେଶ୍ବର: ଅବସରପ୍ରାପ୍ତ ପ୍ରଶାସକ ତଥା ୟୁପିଏସ୍‌ସିର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ହୋତାଙ୍କର ଆଜି ନୂଆଦିଲ୍ଲୀରେ ପରଲୋକ ହୋଇଯାଇଛି। ୧୯୩୮ ମସିହା ସେପ୍ଟମ୍ବର ମାସରେ କଟକରେ ଜନ୍ମିତ ଶ୍ରୀ ହୋତା ରେଭେନ୍ସା କଲେଜ ଓ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ କରିଥିଲେ। ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଶ୍ରେଷ୍ଠ ୧୦ ଜଣଙ୍କ ଭିତରେ ସ୍ଥାନ ପାଇ ସେ ୧୯୬୨ ମସିହାରେ ଓଡ଼ିଶା କ୍ୟାଡର୍‌ରେ ଯୋଗ ଦେଲେ। ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। କେନ୍ଦ୍ର ସରକାରଙ୍କ ଦ୍ବାରା ସିଭିଲ୍‌ ସର୍ଭିସ୍ ପରୀକ୍ଷାରେ ସଂସ୍କାର ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଭାବେ ଶ୍ରୀ ହୋତାଙ୍କୁ ନିଯୁକ୍ତି ଦିଆଯାଇଥିଲା। ବିଭିନ୍ନ ସମୟରେ ସେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ବ ନେଇ ଜେନେଭା, ମାକ୍ସକୋ, ୱାସିଂଟନ୍, ବ୍ୟାଙ୍ଗ୍‌କକ୍‌ ଓ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ। ୨୦୧୨ ମସିହାରେ ରେଭେନ୍ସା ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଥିଲା। ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ହୋତା ଜଣେ ଯୋଗ ବିଶେଷଜ୍ଞ ଓ ଯୋଗ ଥେରାପି ଉପରେ ବହୁ ପୁସ୍ତକ ରଚନା କରିଛନ୍ତି। ତାଙ୍କର ତିନି ସନ୍ତାନ ରୀମା ହୋତା ସିଂହ, ପ୍ରସନ୍ନଜିତ୍ ହୋତା ଓ ରୀଲା ହୋତା, ତିନି ଭଉଣୀ ବିଜୟଲକ୍ଷ୍ମୀ ସେନାପତି, ରାଜଲକ୍ଷ୍ମୀ ରଥ ଓ ଶୁଭଲକ୍ଷ୍ମୀ ମିଶ୍ର, ଚାରି ଭାଇ ପ୍ରତାପ, ପ୍ରସନ୍ନ, ପ୍ରଦୀପ ଓ ପ୍ରଶାନ୍ତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe