ଅବସରପ୍ରାପ୍ତ ଆଇଏଏସ୍‌ ବିଭୂତି ଭୂଷଣ ପଟ୍ଟନାୟକ ଓ ପ୍ରଫେସର ସୁଧାଂଶୁ ରଥ ଓପିଏସ୍‌ସି ସଦସ୍ୟ ନିଯୁକ୍ତ

ଓଡ଼ିଶା ସିଭିଲ୍‌ ସର୍ଭିସ ପରୀକ୍ଷାରୁ ବଞ୍ଚିତ ପ୍ରାର୍ଥୀଙ୍କୁ ମିଳିବ ସୁଯୋଗ

Exams Daily

ଭୁବନେଶ୍ବର : ଅବସରପ୍ରାପ୍ତ ଆଇଏଏସ୍‌ ତଥା ପୂର୍ବତନ ସମବାୟ ନିବନ୍ଧକ ବିଭୂତି ଭୂଷଣ ପଟ୍ଟନାୟକ ଓ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ଅବସରପ୍ରାପ୍ତ ପ୍ରଫେସର ସୁଧାଂଶୁ ଶେଖର ରଥଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ସଦସ୍ୟଭାବେ ନିଯୁକ୍ତ କରାଯାଇଛି। ଉଭୟଙ୍କୁ ୬୨ ବର୍ଷ ହେବା ପର୍ଯ୍ୟନ୍ତ ଏହି ପଦବିରେ ରହିବେ। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଇଏଏସ୍‌ ଶ୍ରୀ ପଟ୍ଟନାୟକ ଜ ପ୍ରଶାସକ ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ସମବାୟ ନିବନ୍ଧକ ପଦବିରୁ ଗତମାସ ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି।

ସେହିପରି ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଡ. ସୁଧାଂଶୁ ଶେଖର ରଥ ଜଣେ ବିଶିଷ୍ଟ ଶିକ୍ଷାବିତ୍ତ ଭାବେ ପରିଚିତ। ଅର୍ଥଶାସ୍ତ୍ର, ଅର୍ଥନୀତି ପରିଚାଳନା ବିଷୟରେ ଗବେଷଣା ଓ ଶିକ୍ଷା ଦାନ କରି ଶ୍ରୀ ରଥ ସୁଖ୍ୟାତି ଅର୍ଜନ କରିଛନ୍ତି। ସେ ଜିଏମ୍‌ ବିଶ୍ବବିଦ୍ୟାଳୟର ସ୍ବତନ୍ତ ପଦାଧିକାରୀ ଓ କୁଳସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

ପ୍ରଫେସର ଜଗନ୍ନାଥ ଲେଙ୍କା ଓଏସ୍‌ଏସ୍‌ସି ସଦସ୍ୟ ନିଯୁକ୍ତ
ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନ (ଓଏସ୍‌ଏସ୍‌ସି) ସଦସ୍ୟ ଭାବେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ଅର୍ଥଶାସ୍ତ୍ର ବିଭାଗର ପୂର୍ବତନ ମୁଖ୍ୟ ତଥା ଅବସରପ୍ରାପ୍ତ ପ୍ରଫେସର ଜଗନ୍ନାଥ ଲେଙ୍କାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe