ଅବସରପ୍ରାପ୍ତ ଅଧିକାରୀଙ୍କୁ ବର୍ଷେ ଜେଲ୍‌, ଗୁଡ୍‌ଭେଲା ବିଡିଓ ଥିଲାବେଳେ ଲାଞ୍ଚ ନେଇ ଧରା ପଡ଼ିଥିଲେ

Advertisment
ଛିନ୍‌ତାଇ ଅଭିଯୋଗରେ ଯୁବକଙ୍କୁ ୨ ବର୍ଷ ଜେଲ୍

The Statesman

ସମ୍ବଲପୁର : ୨୦୧୪ ମସିହାରେ ଲାଞ୍ଚ ନେଲା ବେଳେ ଭିଜିଲାନ୍‌ସ ହାତରେ ଧରା ପଡ଼ିଥିବା ବଲାଙ୍ଗୀର ଜିଲ୍ଲା ଗୁଡ୍‌ଭେଲା ବ୍ଲକ୍‌ର ତତ୍କାଳୀନ ବିଡିଓ କେଦାରନାଥ ଭୋଇଙ୍କୁ  ସ୍ବତନ୍ତ୍ର ଭିଜିଲାନ୍‌ସ ଜଜ୍ ବଲାଙ୍ଗୀର ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଅବସରପ୍ରାପ୍ତ ଅଧିକାରୀଙ୍କୁ କୋର୍ଟ ଦୁଇଟି ଭିନ୍ନଭିନ୍ନ ମାମଲାରେ ୧ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ୨ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଆଉ ୧ ମାସ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଦଣ୍ଡ ସମାନ୍ତରାଳ ଭାବେ ଚାଲିବ ବୋଲି ନିର୍ଦ୍ଦେଶ ଜାରି କରିଛନ୍ତି।

ଗୁଡ୍‌ଭେଲା ବିଡିଓ ଥିବାବେଳେ ଶ୍ରୀ ଭୋଇ ଇନ୍ଦିରା ଆବାସ ମଞ୍ଜୁର କରିବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍‌ସ ହାତରେ ଧରା ପଡ଼ିଥିଲେ। ଏନେଇ ସମ୍ବଲପୁରରେ ଭିଜିଲାନ୍‌ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe