ତାଲାବନ୍ଦ ଘରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପତ୍ନୀ ଜୀବନ୍ତ ଦଗ୍ଧ

ବ୍ରହ୍ମପୁର ନୀଳାଞ୍ଚଳ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ତାଲାବନ୍ଦ ଘରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି। କାରଣ ଅସ୍ପଷ୍ଟ ରହିଛି। ମୃତ ମହିଳା ଜଣକ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପତ୍ନୀ....

Retired police officer's wife burnt alive in locked house

Retired police officer's wife burnt alive in locked house Photograph: (sambad.in)

ବ୍ରହ୍ମପୁର: ବ୍ରହ୍ମପୁର ନୀଳାଞ୍ଚଳ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ତାଲାବନ୍ଦ ଘରେ ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇଛନ୍ତି।  କାରଣ ଅସ୍ପଷ୍ଟ ରହିଛି। ମୃତ ମହିଳା ଜଣକ ଜଣେ  ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପତ୍ନୀ । ଏନେଇ ତଦନ୍ତ ଜାରି ରହିଛି। ମୃତ ମହିଳା ଜଣକ ହେଲେ ନମିତା ରଥ। 

ଘରେ  କେହି ନଥିବା ବେଳେ ଏଭଳି ହୋଇଥିବା ପରିବାର ଲୋକେ କହିଛନ୍ତି। ପରିବାର ଲୋକେ ଘରକୁ ଆସି ଦେଖିଲା ବେଳକୁ ସେ ଜଳିଯାଇଛନ୍ତି।

ପରେ ମହିଳା ଜଣଙ୍କୁ ଏମକେସିଜି ମେଡିକାଲ ଅଣାଯାଇଥିଲା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହା ହତ୍ଯା ନା ଆଉ କ’ଣ ତାର ତଦନ୍ତ ପୁଲିସ ପକ୍ଷରୁ ଆରମ୍ଭ କରାଯାଇଛି। 

ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe