‘ସମ୍ୱାଦ’କୁ ମାନସିକ ବଳ ଦେଲେ ଅବସରପ୍ରାପ୍ତ ପ୍ରାଧ୍ୟାପକ

‘ସମ୍ୱାଦ’କୁ ମାନସିକ ବଳ ଦେଲେ ଅବସରପ୍ରାପ୍ତ ପ୍ରାଧ୍ୟାପକ

ଡୁଙ୍ଗୁରିପାଲି: ‘ସମ୍ୱାଦ’ ସମ୍ପାଦକଙ୍କ କେବଳ ଦୁଇଟି ପ୍ରଶ୍ନ ସରକାରଙ୍କୁ ଏତେ ବାଧିଲା ଯେ ‘ସମ୍ବାଦ’ କାର୍ଯ୍ୟାଳୟରେ ଇଓଡବ୍ଲ୍ୟୁ ଚଢ଼ଉ ହୋଇଛି। ଏହି ଅନ୍ୟାୟ ବିରୋଧରେ ବାହାରିଛନ୍ତି ସାରା ରାଜ୍ୟର ବୁଦ୍ଧିଜୀବୀ, ରାଜନେତା, ସଂଗଠନ ସହ ସବୁ ବର୍ଗର ଲୋକ। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କଲେଜର ଅବସରପ୍ରାପ୍ତ ଇତିହାସ ବିଭାଗ ପ୍ରାଧ୍ୟାପକ କିଶୋର ମେହେର ‘ସମ୍ବାଦ’ ପ୍ରତି ଥିବା ତାଙ୍କ ଶ୍ରଦ୍ଧାକୁ ଭିନ୍ନ ଭାବେ ପ୍ରତିବେଦନ କରିଛନ୍ତି। ପ୍ରାଧ୍ୟାପକ ଶ୍ରୀ ମେହେର ‘ସମ୍ବାଦ’ର ଜଣେ ନିୟମିତ ପାଠକ ହୋଇଥିବାବେଳେ ସେ ଏକକାଳୀନ ୩ ବର୍ଷର ଗ୍ରାହକ ଦେୟ ଅଗ୍ରିମ ଆକାରରେ ପ୍ରଦାନ କରିଛନ୍ତି। ସେ ଆଜି ଆମ ଡୁଙ୍ଗୁରିପାଲି ‘ସମ୍ବାଦ’ ପ୍ରତିନିଧିଙ୍କୁ ସାଢ଼େ ୭ ହଜାର ଟଙ୍କାର ଏକ ଚେକ୍‌ ଦେଇଛନ୍ତି।

ଏ ସଂପର୍କରେ ଶ୍ରୀ ମେହେର ମଧ୍ୟ ତାଙ୍କ ଟ୍ବିଟର୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ‘ସମ୍ବାଦ ଖବର କାଗଜକୁ ତିନି ବର୍ଷ ପାଇଁ ଏକଥରକେ ଦେୟ ପ୍ରଦାନ କଲି। ସବୁ ସମ୍ବାଦପତ୍ର ତିଷ୍ଠିବା ଦରକାର। ଗଣମାଧ୍ୟମ ଓ ଗଣତନ୍ତ୍ର ପରସ୍ପରଙ୍କ ପରିପୂରକ। ଗଣମାନେ ଖବର ପାଇଁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବା ଦରକାର। ଓଡ଼ିଆ କାଗଜଟିଏ ବଞ୍ଚିବ, ଯଦି ଆମେ ପଇସା ଦେଇ କାଗଜ ପଢ଼ିବା ଅଭ୍ୟାସ କରିବା।’ ଶ୍ରୀ ମେହେରଙ୍କ ଏଭଳି ବିଚାରଧାରାକୁ ସବୁ ମହଲରେ ସ୍ବାଗତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe