ପତ୍ନୀଙ୍କ ପରଲୋକରେ ପତି ମର୍ମାହତ, ହୃଦଘାତରେ ଅବସରପ୍ରାପ୍ତ ଶିକ୍ଷକଙ୍କର ମୃତ୍ୟୁ

Advertisment
ପତ୍ନୀଙ୍କ ପରଲୋକରେ ପତି ମର୍ମାହତ, ହୃଦଘାତରେ ଅବସରପ୍ରାପ୍ତ ଶିକ୍ଷକଙ୍କର ମୃତ୍ୟୁ

ବନ୍ତଳା: କରୋନାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜାଣି ମର୍ମାହତ ହୋଇପଡିଥିଲେ ସ୍ୱାମୀ। ଆଉ ସ୍ତ୍ରୀଙ୍କ ମୃତ୍ୟୁର ୨ଦିନ ପରେ ହୃଦଘାତରେ ଚାଲିଗଲା ସ୍ଵାମୀଙ୍କ ଜୀବନ। ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳର ହାତୀଶାଳପଡାରେ ଅବସରପ୍ରାପ୍ତ କଳା ଶିକ୍ଷକ ଗୋକୁଳ ଚନ୍ଦ୍ର ପାଳ(୭୮) ଓ ତାଙ୍କ ସ୍ତ୍ରୀ ଗୀତାରାଣୀ ପାଳ(୬୬)ଙ୍କ ସହ ତାଙ୍କ ପରିବାର ସହ ରହୁଥିଲେ।

ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବହୁତ ଭଲ ପାଇବା ଥିଲା। କିନ୍ତୁ କରୋନା ସ୍ଵାମୀ ଠାରୁ ସ୍ତ୍ରୀଙ୍କୁ ଅଲଗା କରି ଦେଇଥିଲା। ଗୀତାରାଣୀଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ସ୍ୱାମୀ ଦୁଃଖରେ କୌଣସି ଖାଦ୍ୟ ଗ୍ରହଣ କରିନଥିଲେ। ଗୀତାରାଣୀଙ୍କ ଶ୍ୱାସ, ସୁଗାର ଭଳି ରୋଗ ଥିବାରୁ କରୋନାରେ ଆକ୍ରାନ୍ତ ପରେ ନିଶ୍ୱାସ ନେବାକୁ କଷ୍ଟ ଅନୁଭବ କରିଥିଲେ। ଫଳରେ ପ୍ରଶାସନ ପକ୍ଷରୁ ତାଙ୍କୁ ଚିକିତ୍ସା ପାଇଁ ବଳରାମପ୍ରସାଦସ୍ଥିତ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା।

ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ୭ତାରିଖ ରାତି ପ୍ରାୟ ୧୧ଟା ବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ତ୍ରୀର ମୃତ୍ୟୁ ହୋଇଥିବା ଖବର ପାଇ ସ୍ୱାମୀ ଗୋକୁଳ ହତବାକ ହୋଇଯାଇଥିଲେ। ସ୍ମୃତିକୁ ମନେ ପକାଇ ଗତ ୯ତାରିଖ ଦିନ ସେ ହୃଦଘାତରେ ଆରପାରିକୁ ଚାଲିଗଲେ। ସେପଟେ ପରିବାରର ଗୋଟିଏ ମୃତ୍ୟୁ ପରେ ଆଖିରୁ ଲୁହ ସୁଖୀନଥିବା ବେଳେ ତାଙ୍କ ପୁଣି ଏକ ଦାରୁଣ ଦୁଃଖ ସହିବାକୁ ପଡିଛି।

ସୂଚନାଯୋଗ୍ୟ ଯେ ଶ୍ରୀ ପାଳ ଅନୁଗୁଳ ଜିଲ୍ଲାରେ ଜଣେ କଳା ଶିକ୍ଷକ ଭାବରେ ବେଶ ପରିଚିତ ଥିଲେ। ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ସେ ୧୯୭୦ ମସିହା ରୁ ୧୯୯୨ ପର୍ଯ୍ୟନ୍ତ କଳା ଶିକ୍ଷକ ରୂପେ କାର୍ଯ୍ୟ କରିଥିଲେ। ଅନୁଗୁଳ ସହରରେ ସେ କଳା ଶିକ୍ଷକ ଭାବେ ନାମ କରିଥିବା ବେଳେ ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe