ଅବସରପ୍ରାପ୍ତ ଶିକ୍ଷକ ହେଲେ ସରପଞ୍ଚ ପ୍ରାର୍ଥୀ, ମାହାଙ୍ଗା ରାହାଣିଆ ପଞ୍ଚାୟତରୁ ଲଢିବେ ନିର୍ବାଚନ

ଅବସରପ୍ରାପ୍ତ ଶିକ୍ଷକ ହେଲେ ସରପଞ୍ଚ ପ୍ରାର୍ଥୀ, ମାହାଙ୍ଗା ରାହାଣିଆ ପଞ୍ଚାୟତରୁ ଲଢିବେ ନିର୍ବାଚନ

ଭୁବନେଶ୍ବର: ରାଜ୍ୟରେ ଏବେ ପଞ୍ଚାୟତ ନିର୍ବାଚନ ତାତି । ନାମାଙ୍କନ ପତ୍ର ଦାଖଲ ପାଇଁ ଏବେ ପ୍ରାର୍ଥୀମାନଙ୍କ ଭିଡ ଲାଗିଛି । ଆଉ ଏହାରି ଭିତରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରାହାଣିଆ ପଞ୍ଚାୟତରେ ଏଥର ଜଣେ ଅବସରପ୍ରାପ୍ତ ଶିକ୍ଷକ ନିର୍ବାଚନରେ ଅବତୀର୍ଣ୍ଣ ହେଉଥିବା ଦେଖିବାକୁ ମିଳିଛି । ଏହି ପଞ୍ଚାୟତର ଧରଣୀଧର ବେହେରା ଆଜି ନିଜ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଧରଣୀଧର ବେହରୋ ୫ ବର୍ଷ ହେବ ଶିକ୍ଷକ ପଦରୁ ଅବସର ନେଇଥିଲେ। ନିଜ ଅଞ୍ଚଳରେ ବୃକ୍ଷରୋପଣ କରିବା ସହିତ ସମାଜ ସେବା କାର୍ଯ୍ୟରେ ମଧ୍ୟ ନିୟୋଜିତ ଥିଲେ। ତେବେ ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ସେ ଚଳିତଥର ସରପଞ୍ଚ ଭାବେ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି । ସରପଞ୍ଚ ହେଲା ପରେ ସ୍ଥାନୀୟ ଅଞ୍ଚଳରେ ସେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ କରିବା ସହିତ ବୃକ୍ଷରୋପଣ ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe