ଭଲ ଖବର: ଚାକିରିରୁ ଅବସର ନେଇ ରକ୍ତଦାନ କଲେ ଶିକ୍ଷକ, ଅଙ୍ଗ ସହ ଶରୀର କରିବେ ଦାନ 

Advertisment
ଭଲ ଖବର: ଚାକିରିରୁ ଅବସର ନେଇ ରକ୍ତଦାନ କଲେ ଶିକ୍ଷକ, ଅଙ୍ଗ ସହ ଶରୀର କରିବେ ଦାନ 

ମାଲକାନଗିରି: ଜୀବନବ୍ୟାପୀ ଅନ୍ୟକୁ ମଣିଷ କରି ଗଢି ତୋଳିବାରେ ଜଣେ ବ୍ରହ୍ନଚର୍ଯ୍ୟ ଶିକ୍ଷକ ସୁଶାନ୍ତ କୁମାର ସାହୁ ଆଜି ବେଶ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।ସେ ଆଜି ନିଜର ଶିକ୍ଷକତା ବୃତ୍ତିରୁ ଅବସର ଗ୍ରହଣ କରିଛନ୍ତି। ତେବେ ଏହି ଦିନକୁ ମନେ ରଖିବା ପାଇଁ ସେ ପ୍ରଥମେ ରକ୍ତଦାନ କରିଥିଲେ। ମୃତ୍ୟୁ ପରେ ସେ ନିଜର ଅଙ୍ଗଦାନ କରିବା ସହ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ନିମନ୍ତେ ନିଜର ଶରୀରକୁ ମଧ୍ୟ ଦାନ କରିବେ ବୋଲି ଆଜି ଘୋଷଣା କରିଥିଲେ।

publive-image

ସୁଶାନ୍ତ ସାହୁଙ୍କ ଘର କଟକ ଜିଲ୍ଲାର ବାସୁଦେବପୁର। ସେ ୧୯୯୬ ମସିହାରେ ମାଲକାନଗିରିକୁ ଆସି ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ଜଣେ ଆଜୀବନ ବ୍ରହ୍ମଚାର୍ଯ୍ୟ ଗ୍ରହଣ କରିବା ପରେ ନିଜର ଛାତ୍ରଛାତ୍ରୀଙ୍କୁ ପୁଅ ଝିଅର ସ୍ନେହ ଦେଇ ପାଠ ପଢାଇଥିଲେ। ଜଣେ ଆଦର୍ଶ ଶିକ୍ଷକ ଭାବେ ଜିଲ୍ଲାରେ ବେଶ ପରିଚିତ।ନିଃସ୍ବାର୍ଥପର ଜୀବନ ବିତାଇବା ସହ ଅନ୍ୟକୁ ସାହାଯ୍ୟ କରିବା ତାଂକର ପ୍ରାଥମିକତା ଥିଲା। ଜଣେ ଜୀବନବ୍ୟାପି କାର୍ଯ୍ୟ କରିବା ପରେ ଅବସର ପରେ ବିଭିନ୍ନ କାର୍ଯ୍ୟରେ ଲିପ୍ତ ହୋଇଯାନ୍ତି।

ସେହିପରି ସୁଶାନ୍ତ ସାହୁ ମଧ୍ୟ ନିଜକୁ ଗରିବ, ଅସହାୟ ଏବଂ ନିଷ୍ପେସିତ ଲୋକଙ୍କ ପାଇଁ ଉତ୍ସର୍ଗ କରିବେ ବୋଲି କହିଥିଲେ। ମୃତ୍ୟୁ ପରେ ତାଂକ ଶରୀର ମଧ୍ୟ କାମରେ ଲାଗୁ ବୋଲି କହିଥିଲେ। ଡାକ୍ତରୀ ପଢୁଥିବା ଛାତ୍ରଛାତ୍ରୀ ତାଂକ ଶରୀର ନେଇ ବହୁ ଗବେଷଣା ମଧ୍ୟ କରିପାରିବେ। ତେଣୁ ସେ ନିଜର ଅଙ୍ଗଦାନ ମଧ୍ୟ କରିବେ ବୋଲି କହିଥିଲେ। ନିଜର ଶେଷ ଶିକ୍ଷକତା ଜୀବନ ଫୁଲବାଡ ସ୍କୁଲରେ କଟାଇଥିଲେ। ଆଜି ରକ୍ତଭଣ୍ଡାରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ସମେତ ନିଜର ବନ୍ଧୁମାନେ ଉପସ୍ଥିତ ଥିଲେ। ତାଂକର ଏହି ଘୋଷଣାକୁ ସାରା ଜିଲ୍ଲାରେ ସ୍ବାଗତ କରାଯିବା ସହ ତାଂକୁ ଭୃୟସୀ ପ୍ରଶଂସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe