ଚଣ୍ତିଖୋଲ/ଛତିଆ : ଅବସରପ୍ରାପ୍ତ କେନ୍ଦ୍ର ଶ୍ରମ ସଚିବ ବିରଞ୍ଚି ନାରାୟଣ ନନ୍ଦ (୬୧) ଙ୍କର ଆଜି ଦିଲ୍ଲୀର ଏକ ହସ୍ପିଟାଲରେ ପରଲୋକ ହୋଇଛି। ସେ ଦୁଇଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଛତିଆ ଗ୍ରାମରେ ଜନ୍ମିତ ସ୍ବର୍ଗତ ନନ୍ଦ ୧୯୮୩ ବ୍ୟାଚ୍ ଆଇଇଏସ୍ ଅଧିକାରୀ। ଶ୍ରମ ବିଭାଗର ବିଭିନ୍ନ ପଦବିରେ କାର୍ଯ୍ୟକରି ସଚିବ ପଦବିରୁ ସେ ୨୦୨୦ ରେ ଅବସର ନେଇଥିଲେ। ଏହାପରେ ସେ 'ଓଡ଼ିଶା ସ୍ବାଭିମାନ ପରିଷଦ'ର ସଭାପତି ଭାବେ କାର୍ଯ୍ୟ କରି ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ କାର୍ଯ୍ୟ କରିଆସୁଥିଲେ। ୨୦୧୯ ରେ ତାଙ୍କ ପ୍ରଚେଷ୍ଟାରେ ଚଣ୍ତିଖୋଲଠାରେ ଏକ ବୃହତ୍ ନିଯୁକ୍ତିମେଳା ଆୟୋଜିତ ହୋଇଥିଲା। ଗତ ନଭେମ୍ବର ମାସରେ ସେ ଶେଷଥର ପାଇଁ ଗାଁକୁ ଆସିଥିଲେ। ତାଙ୍କ ବିୟୋଗରେ ବିଧାୟକ ଅମର ପ୍ରସାଦ ଶତପଥୀ ଗଭୀର ଶୋକ ପ୍ରକାଶ କରି ବଡ଼ଚଣା ମାଟି ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି କହିଛନ୍ତି।
କରୋନାରେ ପ୍ରାକ୍ତନ ଶ୍ରମ ସଚିବଙ୍କ ପରଲୋକ
Advertisment
Follow Us