ଅଧ୍ୟାପକଙ୍କ ଅବସର ବୟସ ବୃଦ୍ଧିକୁ ନେଇ ମାମଲା

Advertisment
ନୂଆ ଫର୍ମାସି କଲେଜ ଖୋଲିବା ଉପରେ କଟକଣା କୋହଳ ପ୍ରସଙ୍ଗ : ନିଷ୍ପତ୍ତି ନେବାକୁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Odisha Sun Times

କଟକ : ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅଧ୍ୟାପକଙ୍କ ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି ପ୍ରସଂଗକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି।

କେନ୍ଦ୍ରାପଡା ଜିଲ୍ଲାରେ ଥିବା ଏକ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଇତିହାସ ବିଭାଗ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ଗଣେଶ୍ବର ଜେନାଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ 'ଡକ୍ଟର ଆର.ଏସ. ସୋହାନେ ବନାମ ମଧ୍ୟପ୍ରଦେଶ ସରକାର ମାମଲାରେ ୨୦୧୯, ମେ ୭ରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଅନୁସାରେ ଓଡ଼ିଶାରେ ମଧ୍ୟ ଅଧ୍ୟାପକଙ୍କ ଅବସର ବୟସ ୬୫ ବର୍ଷ ଧାର୍ଯ୍ୟ କରାଯାଉ। ଓଡ଼ିଶା ଏଜୁକେସନ୍ (ରିକ୍ରୁଟମେଣ୍ଟ ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ୍ ଅଫ୍ ଟିଚର୍ସ ଆଣ୍ଡ ମେମ୍ବର୍ସ ଅଫ୍ ଦି ଷ୍ଟାଫ୍ ଅଫ୍ ଏଡେଡ୍ ଏଜୁକେସନାଲ୍ ଇନଷ୍ଟିଚ୍ୟୁସନ୍ସ) ରୁଲ୍ସ୍‌ର ଧାରା ୧୯ ଅନୁସାରେ ଶିକ୍ଷାନୁଷ୍ଠାନର ସବୁ କର୍ମଚାରୀ ୬୦ ବୟସରେ ଅବସର ଗ୍ରହଣ କରିବେ। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଧାରା ୧୯କୁ ଅସିଦ୍ଧ ଘୋଷଣା କରାଯାଉ ନଚେତ୍ ଏଥିରେ ସଂଶୋଧନ କରାଯାଇ କର୍ମଚାରୀଙ୍କ ଅବସର ବୟସ ୬୫ ବର୍ଷ ବୋଲି ଧାର୍ଯ୍ୟ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀ ଅଧ୍ୟାପନା କରୁଥିବା ଶିକ୍ଷାନୁଷ୍ଠାନରେ ୧୨୮ଟି କଳା ସିଟ୍ ଖୋଲିବା ପାଇଁ ୧୯୯୨-୯୩ରୁ ସରକାରୀ ସ୍ବୀକୃତି ମିଳିଥିବା ବେଳେ ଗ୍ରାଣ୍ଟ-ଇନ୍-ଏଡ୍ ଅର୍ଡର, ୨୦୦୮ ଅନୁସାରେ ଏହାକୁ ଅନୁଦାନ ମିଳିବା ଆରମ୍ଭ କରିଥିଲା। ଏହା ଏକ ସରକାରୀ ଅନୁଦାନପ୍ରାପ୍ତ ଅନୁଷ୍ଠାନ ହୋଇଥିବା ବେଳେ ୧୯୯୨ରେ ଆବେଦନକାରୀଙ୍କୁ ନିୟମ ଅନୁସାରେ ଇତିହାସ ବିଭାଗ ଅଧ୍ୟାପକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା। ଏବେ ଏହା ଏକ ଶତପ୍ରତିଶତ ଅନୁଦାନପ୍ରାପ୍ତ ଅନୁଷ୍ଠାନ ଭାବେ ଚାଲିଛି। ଯୁଜିସି ପକ୍ଷରୁ ଜାରି ବିଶ୍ବବିଦ୍ୟାଳୟ, କଲେଜଗୁଡିକରେ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପ୍ରସଂଗ ସହିତ ଉଚ୍ଚଶିକ୍ଷା ମାନ ସଂପର୍କିତ ୨୦୧୦ର ନିୟମାବଳୀରେ ଅବସର ବୟସ ସୀମା ୬୫ ବର୍ଷ ବୋଲି ଉଲ୍ଲେଖ କରାଯାଇଥିଲା। ଏଭଳି ନିୟମାବଳୀ ସହିତ ସୁପ୍ରିମକୋର୍ଟଙ୍କ ରାୟ ପାଳନ କରି ଆବେଦନକାରୀଙ୍କୁ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଅଧ୍ୟାପକ ଭାବେ କାର୍ଯ୍ୟ କରି ଅବସର ନେବାକୁ ଅନୁମତି ଦିଆଯିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ ଆଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଉଚ୍ଚଶିକ୍ଷା ସଚିବ, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଓ ୟୁଜିସିକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପୁରୁଷୋତ୍ତମ ଚୁଳି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe