ସାଧୁ ଚରଣ ‌ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Advertisment
ସାଧୁ ଚରଣ ‌ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଜୟପୁର : ‘ସମ୍ବାଦ’ ଜୟପୁର ସଂସ୍କରଣ ପ୍ରସାର ବିଭାଗରେ କାର୍ଯ୍ୟରତ ସାଧୁ ଚରଣ ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ସଂସ୍କରଣର ଶାଖା ପରିଚାଳକ ତ୍ରିନାଥ ଖାଡଙ୍ଗାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଜୟପୁର ସଂସ୍କରଣ ସମସ୍ତ ବିଭାଗର କର୍ମଚାରୀ ଏଥିରେ ଯୋଗଦେଇ ଶ୍ରୀ ବେହେରାଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ରାସୋଳ ଗ୍ରାମର ସାଧୁ ଚରଣ ବେହେରା ୧୯୮୯ ମସିହାରେ ‘ସମ୍ବାଦ’ ଭୁବ‌ନେଶ୍ବର ସଂସ୍କରଣ‌ର ପ୍ରସାର ବିଭାଗରେ ଯୋଗ ଦେଇଥିଲେ। ଏହାପରେ ବ୍ରହ୍ମପୁରରେ ‘ସମ୍ବାଦ’ର ନୂତନ ସଂସ୍କରଣ ଖୋଲିବାପରେ ସେଠାକୁ ତାଙ୍କ ବଦଳି ହୋଇଥିଲା। ୧୯୯୦ ମସିହାରୁ ୨୦୦୨ ପର୍ଯ୍ୟନ୍ତ ୧୨ ବର୍ଷ ଧରି ସେ ବ୍ରହ୍ମପୁର ସଂସ୍କରଣରେ ପ୍ରସାର ବିଭାଗରେ କାର୍ଯ୍ୟ କରିଥିଲେ। ଏହାପରେ ଜୟପୁରରେ ନୂତନ ସଂସ୍କରଣ ଖୋଲିବା ପରେ ୨୦୦୨ ଜୁଲାଇ ମସିହାରୁ ୨୦୨୨ ଜୁନ୍ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଥିଲେ। ‘ସମ୍ବାଦ’ ପରିବାର ସହିତ ସେ ୩୩ ବର୍ଷ ଧରି ଜଡ଼ିତ ହୋଇଥିବା ନେଇ ଶ୍ରୀ ବେହେରା ନିଜର ସ୍ମୃତିଚାରଣରେ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe