୨୦ରୁ ସତ୍ୟାଗ୍ରହ କରିବେ ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ

Advertisment
୨୦ରୁ ସତ୍ୟାଗ୍ରହ କରିବେ ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ

ଭୁବନେଶ୍ୱର : ଅବସର ପରେ ମଧ୍ୟ ନିମ୍ନମାଧ୍ୟମିକ ଶିକ୍ଷକମାନେ ଅବହେଳାର ଶିକାର ହୋଇଛନ୍ତି। ଏଭଳି ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ମଞ୍ଚ। ସପ୍ତମ ବେତନ କମିସନ୍‌ ମୁତାବକ ବକେୟା ଅର୍ଥ ପ୍ରଦାନ, ଗ୍ରାଚ୍ୟୁଇଟିରେ ଅସଙ୍ଗତି ଦୂର, ଚିକିତ୍ସା ଭତ୍ତା ପ୍ରଦାନ, ବାର୍ଷିକ ପେନସନ ବୃଦ୍ଧି, ହାଇକୋର୍ଟ ନିର୍ଦେଶ ଅନୁଯାୟୀ ଆରଏସିପି ପ୍ରଦାନ ଓ ଆଇଏ/ବିଏ ଶିକ୍ଷକଙ୍କ ପେନସନ ନିର୍ଦ୍ଧାରଣ ପ୍ରଭୃତି ଦାବି ପୂରଣ ନ ହେଲେ ଆସନ୍ତା ୨୦ ତାରିଖ ଠାରୁ ଅର୍ଥମନ୍ତ୍ରୀଙ୍କ ଘର ସମ୍ମୁଖରେ ନିରବ ଧାରଣା ଦିଆଯିବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ମାଧବ ବିଶ୍ୱାଳ, ସାଧାରଣ ସମ୍ପାଦକ ପ୍ୟାରୀମୋହନ ଦାସ, ମୁଖପାତ୍ର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ସୂଚନା ଦେଇଛନ୍ତି। ମଞ୍ଚ ପକ୍ଷରୁ ଗତ ବର୍ଷ ଅଗଷ୍ଟ ମାସରେ ବିଧାନସଭା ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଅର୍ଥମନ୍ତ୍ରୀଙ୍କ ପରାମର୍ଶ କ୍ରମେ ବିଧାୟକ ସମୀର ଦାଶ ଓ ମହେଶ ସାହୁଙ୍କ ସହ ଆଲୋଚନା କରାଯାଇ ଧାରଣା ପ୍ରତ୍ୟାହୃତ ହୋଇଥିଲା। ହେଲେ କୌଣସି ଦାବି ପୂରଣ ନହେବାରୁ ମଞ୍ଚ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe