ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡ଼ାଯାତ୍ରା: ଆଜି ଶ୍ରୀମନ୍ଦିରକୁ ଫେରିବେ ଜଗନ୍ନାଥ ଓ ସୁଭଦ୍ରା

ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି, ବୁଧବାର ଗଡ଼ିବ ବଳଭଦ୍ରଙ୍କ ରଥ

ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡ଼ାଯାତ୍ରା: ଆଜି ଶ୍ରୀମନ୍ଦିରକୁ ଫେରିବେ ଜଗନ୍ନାଥ ଓ ସୁଭଦ୍ରା

ବାରିପଦା: ପରମ୍ପରା ଅନୁଯାୟୀ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡ଼ା ଯାତ୍ରା ନୀତି ଅନୁକୂଳ ହୋଇଛି। ଶ୍ରୀଜିଉମାନେ ଆଜି ରଥରେ ପହଣ୍ଡି ବିଜେ କରିଥିବା ବେଳେ ଆସନ୍ତାକାଲି ଟଣା ହେବେ। ପୂର୍ବାହ୍ନ ୧୧ଟା ବେଳେ ଜନ୍ମବେଦୀରେ ଠାକୁର ସୁନାବେଶରେ ଦର୍ଶନ ଦେଇଥିଲେ। ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ୍‌ ଭିଡ଼ ଜମିଥିଲା। ସେହିପରି ସଂଧ୍ୟାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ହୋଇଥିଲା। ପ୍ରଥମେ ବଳଭଦ୍ର ଏବଂ ପରେ ସୁଭଦ୍ରା ଓ ଜଗନ୍ନାଥ ରଥରେ ବିଜେ କରିଥିଲେ। ରଥ ଉପରେ ମଧ୍ୟ ଠାକୁରଙ୍କ ଦର୍ଶନ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗି ରହିଥିଲା। ଆସନ୍ତାକାଲି ନିର୍ଦ୍ଧାରିତ ସମୟରେ ପ୍ରଥମେ ଜଗନ୍ନାଥଙ୍କ ରଥ ଟଣା ହେବ। ପରେ ଭଉଣୀ ସୁଭଦ୍ରାଙ୍କ ରଥ ଗଡ଼ିବ। ସେହିପରି ବୁଧବାର ବଡ଼ଭାଇ ବଳଭଦ୍ର ରଥରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ବାହୁଡ଼ା ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ରଥଯାତ୍ରା ପାଇଁ ବାରିପଦା ସହରରେ ଲାଗିଥିବା ମେଳା ଏକ ମାସ ଧରି ଚାଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe