ପାତାଳି ଶ୍ରୀକ୍ଷେତ୍ର ବାହୁଡ଼ାଯାତ୍ରା ଅନୁଷ୍ଠିତ

ପାତାଳି ଶ୍ରୀକ୍ଷେତ୍ର ବାହୁଡ଼ାଯାତ୍ରା ଅନୁଷ୍ଠିତ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପାତାଳି ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବିଗ୍ରହଙ୍କର ସକାଳ ୫ଟାରେ ମଙ୍ଗଳ ଆଳତି, ୭ଟାରେ ଖେଚୁଡ଼ି ଭୋଗ, ସକାଳ ୮ଟାରେ ମଙ୍ଗଳାର୍ପଣ, ବେଶଅନୁଷ୍ଠିତ ହେବା ପରେ ପୂର୍ବାହ୍ନ ୧୧ଟାରେ ଧାଡ଼ି ପହଣ୍ଡି, ପହଣ୍ଡିରେ ଛେରାପହଁରା କାର୍ଯ୍ୟରେ ନରସିଂହ ପଧାନ,  ମିତ୍ରଭାନୁ ମହାକୁର ଓ ଶରଦ ଚାନ୍ଦ ଦାୟିତ୍ୱ ତୁଲାଇ ଥିଲେ। ଅପରାହ୍ନ ୧ଟାରେ ରଥଛେରା ପହଁରା କରିଥିଲେ ଗଡତିଆ ଚମରା ଅମାତ।

ସଂକୀର୍ତ୍ତନ, ଘଣ୍ଟ, ଶଙ୍ଖ, ହରିବୋଲ ହୁଳହୁଳି, ଜୟ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପାତାଳୀ ଶ୍ରୀକ୍ଷେତ୍ର। ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଚନ୍ଦ୍ରିକା ସେବା ଟ୍ରଷ୍ଟ ତରଫରୁ ଅନ୍ନ ପ୍ରସାଦ, ପାନୀୟ ଜଳର ସେବା ପ୍ରଦାନ କରାଯାଇଥିଲା। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ଶୃଙ୍ଖଳା ବ୍ୟବସ୍ଥା କରାଯାଇଥିଲା। ପୁଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ ସେବା ମଧ୍ୟ ଯୋଗ ଦେଇଥିଲେ। ବିଧାୟକ ରଘୁନାଥ ଜଗଦଲା,  ଏଡ଼ିଏମ ଅଞ୍ଜଳିନା ପଧାନ, ରାଜସ୍ବ ଅଧିକାରୀ ଅଜିତ୍ ମିର୍ଦ୍ଧା ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe