ଏସ୍‌ସିବିରୁ ଘରକୁ ଫେରିଲେ ପୁରୀ ଦୁଷ୍କର୍ମ ପୀଡ଼ିତା ନାବାଳିକା: ବିଜେପି ଟିମ୍‌ ନିରାଶ, ଅସନ୍ତୋଷ ଝାଡ଼ିଲେ

Advertisment
ଏସ୍‌ସିବିରୁ ଘରକୁ ଫେରିଲେ ପୁରୀ ଦୁଷ୍କର୍ମ ପୀଡ଼ିତା ନାବାଳିକା: ବିଜେପି ଟିମ୍‌ ନିରାଶ, ଅସନ୍ତୋଷ ଝାଡ଼ିଲେ

କଟକ: ବିଜେପି ପ୍ରତିନିଧିମଣ୍ଡଳୀ ପୁରୀ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କୁ ‌ସାକ୍ଷାତ କରିବା ପାଇଁ ଏସ୍‌ସିବି ପହଞ୍ଚିଲା ବେଳକୁ ନାବାଳିକା ସୁସ୍ଥ ହୋଇ ଘରକୁ ଫେରି ସାରିଥିଲେ। ଏହି ଘଟଣାକୁ ନେଇ ବିଜେପି ପ୍ରତିନିଧିମଣ୍ଡଳୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପଟେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ପୁରୀ ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କ ଅବସ୍ଥା ସୁସ୍ଥ ଥିବାରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଥିବା ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ ସୂଚନା ଦେଇଛନ୍ତି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ଦେଖିବା ପ‌ାଇଁ ଏସ୍‌ସିବିକୁ ଆସିଥିବା ବେଳେ ସେତେବେଳକୁ ନାବାଳିକା ଡିସ୍‌ଚାର୍ଜ ହୋଇ ଘରକୁ ଚାଲିଯାଇଥିଲେ। ପ୍ରତିନିଧିମଣ୍ଡଳୀ ତାଙ୍କ ପରିବାରକୁ ସାକ୍ଷାତ କରି ନପାରି ଶେଷରେ ଅଧୀକ୍ଷକଙ୍କୁ ସାକ୍ଷାତ କରିଥିଲେ। ତେବେ ନାବାଳିକାଙ୍କୁ ସନ୍ଦେହଜନକ ଭାବେ ଡିସଚାର୍ଜ କରିଦିଆଯାଇଥିବା ନେଇ ଅଭିଯୋଗ କରିବା ସହ ସେମାନେ ଅଧୀକ୍ଷକଙ୍କଠାରୁ ପୀଡିତାର ସ୍ୱାସ୍ଥ୍ୟବସ୍ଥା ଜାଣିବାକୁ ଚାହିଁଥିଲେ। ମାତ୍ର ତାଙ୍କଠାରୁ ସଠିକ୍‌ ଉତ୍ତର ମିଳି ନଥିବା ନେଇ ଶ୍ରୀମତୀ ସାମନ୍ତସିଂହାର ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦୋଷୀକୁ ଗିରଫ ଓ ପୀଡିତାର ଚିକିତ୍ସାରେ ଯଦି ଅବହେଳା ହୁଏ ତାହାକୁ ଓଡ଼ିଶା ବିଜେପି ନିଶ୍ଚିତ ଚ୍ୟାଲେଞ୍ଜ କରିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଥିଲେ। ଏହି ପ୍ରତିନିଧିଦଳରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ, କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ, କଟକ ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର, ବାରବାଟୀ ମଣ୍ଡଳ ସଭାନେତ୍ରୀ ପୁଷ୍ପିତା ମହାପାତ୍ର, ଏସ୍‌ସିବି ମେଡିକାଲ ଇନଚାର୍ଜ ସୁରେଶ ମହାନ୍ତି ଓ ରଞ୍ଜିତା ନାଏକ, ସଂଯୁକ୍ତା ମିଶ୍ର ଏବଂ ମିଡିଆ ସଂଯୋଜକ ସୁବାଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe