କୃଷ୍ଣପ୍ରସାଦ ଦାସଙ୍କ ‘ସ୍ମୃତିରେ ରେଭେନ୍‌ସା’ ଉନ୍ମୋଚିତ: ‘ଦୁଇବର୍ଷ ପୂର୍ବରୁ ଉପନ୍ୟାସ ଲେଖା ହୋଇଥିଲେ, ରେଭେନ୍‌ସା ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠି ନ ଥାନ୍ତା’

ରେଭେନ୍‌ସାକୁ ଚରିତ୍ର ଭା‌ବେ ଗ୍ରହଣ କରି ଲେଖାଯାଇଥିବା ଉପନ୍ୟାସଟି ସମସ୍ତଙ୍କ ଦୃ‌ଷ୍ଟି ଆକର୍ଷଣ କରିଛି। ଏହା ମଧ୍ୟ ନିଆରା ଶୈଳୀରେ ଲୋକାର୍ପିତ ହୋଇଛି। ରେଭେନ୍‌ସା ସହ ବହୁ ‌ଲୋକଙ୍କ ସଂପୃକ୍ତି ରହିଛି।

sfsfsfxcxcxcxde

କଟକ: ରେଭେନ୍‌ସାକୁ ଚରିତ୍ର ଭା‌ବେ ଗ୍ରହଣ କରି ଲେଖାଯାଇଥିବା ଉପନ୍ୟାସଟି ସମସ୍ତଙ୍କ ଦୃ‌ଷ୍ଟି ଆକର୍ଷଣ କରିଛି। ଏହା ମଧ୍ୟ ନିଆରା ଶୈଳୀରେ ଲୋକାର୍ପିତ ହୋଇଛି। ରେଭେନ୍‌ସା ସହ ବହୁ ‌ଲୋକଙ୍କ ସଂପୃକ୍ତି ରହିଛି। ତେଣୁ ଔପନ୍ୟାସିକ କୃଷ୍ଣପ୍ରସାଦ ଦାସ ଏହାକୁ ୨/୩ ବର୍ଷ ପୂର୍ବରୁ ଲେଖିଥ‌ିଲେ, ରେଭେନ୍‌ସା ନାମ ପରିବର୍ତ୍ତନ ପ୍ରସଙ୍ଗ ଉଠି ନ ଥାନ୍ତା କିମ୍ବା ରେଭେନ୍‌ସାପ୍ରେମୀଙ୍କୁ ପ୍ରସଙ୍ଗର ବିରୋଧ ପାଇଁ ସମୟ ଓ ଶ୍ରମ ଦେବାକୁ ପଡ଼ି ନ ଥାନ୍ତା ବୋଲି କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ। ବ୍ରିଷ୍ଟି ମିଡିଆ ଆଣ୍ଡ୍ ପବ୍ଲିସିଂ ହାଉସ୍ ପକ୍ଷରୁ ବରିଷ୍ଠ ସାମ୍ବାଦିକ କୃଷ୍ଣପ୍ରସାଦ ଦାସଙ୍କ ରଚିତ ଉପନ୍ୟାସ ‘ସ୍ମୃତିରେ ‌ରେଭେନ୍‌ସା’କୁ ଉନ୍ମୋଚନ କରି ଶ୍ରୀ ପଟ୍ଟନାୟକ କହିଲେ ‌ଯେ, ରେଭେନ୍‌ସା କେବଳ ଏକ ଗୋରା ସାହେବର ନାମ ନୁହେଁ, ଏହା ଏକ ମନ୍ତ୍ର, ଏକ ଓଁକାର ଧ୍ବନି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ବ୍ରିଷ୍ଟି ମିଡିଆର ପ୍ରକାଶିକା ଓ ଲେଖକଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ୨୨ମାସ ମଧ୍ୟରେ ଆଉ ଏକ ଉପନ୍ୟାସ ପାଠକଙ୍କୁ ଉପହାର ଦେବାକୁ ଉତ୍ସାହିତ କରିଥ‌ିଲେ। 

ବ୍ରିଷ୍ଟ ମିଡିଆ ପକ୍ଷରୁ ହୋଟେଲ ଶୀତଲରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଖ୍ୟାତନାମା ସାହିତ୍ୟିକ ଡକ୍ଟର ବିଭୂତି ପଟ୍ଟନାୟକ ଆଭାସୀ ମାଧ୍ୟମରେ ପ୍ରକାଶିକା ଓ ଲେଖକଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ। ଶିବ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ଡକ୍ଟର ପ୍ରଭାତ କୁମାର ମିଶ୍ର, ଡକ୍ଟର ନଟବର ଶତପଥୀ, ଡକ୍ଟର ସୁଶାନ୍ତ ଦାସ, ଡକ୍ଟର ସୁଲୋଚନା ଦାସ, ଡକ୍ଟର ବିଜୟାନନ୍ଦ ସିଂହ, ରେ‌ଭେନ୍‌ସାର ପୂର୍ବତନ ଛାତ୍ର ସଂସଦ ସଭାପତି ତପନ କୁମାର ମିଶ୍ର ପ୍ରମୁଖ ରେଭେନ୍‌ସାର ଅତୀତ ସ୍ମୃତି ବଖାଣିଥିଲେ। ବ୍ରିଷ୍ଟି ମିଡିଆ ଆଣ୍ଡ୍ ପବ୍ଲିସିଂ ହାଉସ୍‌ ପ୍ରକାଶିକା ଡକ୍ଟର ପ୍ରଜ୍ଞା ପାରମିତା ପଟ୍ଟନାୟକ ସ୍ବାଗତ ଭାଷଣ ଦେବା ସହ ପ୍ରକାଶନ ସଂସ୍ଥାର ଆଭିମୁଖ୍ୟ ବିଷୟରେ କହିଥିଲେ। ଉତ୍ସବରେ ଔପନ୍ୟାସିକ କୃଷ୍ଣପ୍ରସାଦ ଦାସ ଲେଖକୀୟ ଅଭିବ୍ୟକ୍ତିରେ ପୁସ୍ତକ ପ୍ରକାଶନର ଉଦ୍ଦେଶ୍ୟ ସହ ନବେ ଦଶକର ରେଭେନ୍ସାର ଚିତ୍ର ଓ ଚରିତ୍ର ବିଷୟରେ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ନପୂର୍ଣ୍ଣା ଦାସ ଓ ସୁରପ୍ରଭା ପଟ୍ଟନାୟକ ପୁସ୍ତକ ଉନ୍ମୋଚନରେ ସହାୟତା କରିଥିଲେ। ଶିକ୍ଷାବିତ୍‌ ଡକ୍ଟର ଶୁଭଲକ୍ଷ୍ମୀ ଦାସ ଧନ୍ୟବାଦ ଦେଇଥ‌ିଲେ। ସମାରୋହରେ ‘ସମ୍ବାଦ’ ସିଓଓ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର, ରେଭେନ୍‌ସାର ପୂର୍ବତନ ପ୍ରାଧ୍ୟାପକ ପ୍ରଫେସର ନାରାୟଣ ପ୍ରସାଦ ମହାନ୍ତି, ପ୍ରଫେସର ସଂଗୀତା ରଥ, ପ୍ରଫେସର ସତ୍ୟକାମ ମିଶ୍ର, ପ୍ରଫେସର ବିନୋଦିନୀ ଦାଶ, ଡକ୍ଟର ଗୋବିନ୍ଦ ଭୂୟାଁଙ୍କ ସମେତ ରେଭେନ୍‌ସାର ପୂର୍ବତନ ଛାତ୍ରଛାତ୍ରୀ, ସହରର ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe