ନାଗ ଦଂଶନର ପ୍ରତିଶୋଧ, ସାପକୁ କାମୁଡ଼ି ଛିଣ୍ଡାଇ ଦେଲେ

Advertisment
ନାଗ ଦଂଶନର ପ୍ରତିଶୋଧ, ସାପକୁ କାମୁଡ଼ି ଛିଣ୍ଡାଇ ଦେଲେ

ବାମରା: ନାଗ ଦଂଶନ କରିଲା ବୋଲି ପ୍ରତିଶୋଧ ପରାୟଣ ହୋଇ ଉଠିଲେ ସାପୁଆ। କାମୁଡ଼ି ସାପର ଜୀବନ ନେଇଗଲେ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ତାଲଡିହି ଗାଁରେ। ମଙ୍ଗଳବାର ରାତିରେ ତାଲଡିହି ଗ୍ରାମରେ ଜଣଙ୍କ ଘରେ ଏକ ନାଗ ସାପ ପଶିଥିଲା। ସାପ ଧରିବାକୁ ସ୍ଥାନୀୟ ଅଞ୍ଚଳର ବୁଧୁରାମ ମୁଣ୍ଡା (୬୫)ଙ୍କୁ ଡକା ଯାଇଥିଲା।

publive-image

ଘରର ଏକ କୋଣରେ ଲୁଚି ରହିଥିବା ନାଗକୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ସାପଟି ବୁଧୁରାମଙ୍କ ଡାହାଣ ହାତ ପାପୁଲିକୁ ଦଂଶନ କରିଥିଲା। ଲୋକଙ୍କ ଭିଡ଼ ଲାଗିଥିବା ସମୟରେ ସାପୁଆ ବୁଧୁରାମ ରାଗିଯାଇ ସାପକୁ ଧରି କାମୁଡି ଛିଣ୍ଡାଇ ଦେଇଥିଲେ। ଏହାର କିଛି କ୍ଷଣ ପରେ ବୁଧୁରାମ ନିଜକୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍‌ସରେ ନିକଟ ବାମରା ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ଗମ୍ଭୀର ହେବାରୁ ତୁରନ୍ତ ସୁନ୍ଦରଗଡ଼ ଜିଲ୍ଲା ସଦର ଡାକ୍ତରଖାନାକୁ ପଠାଯାଇଥିଲା।  ସେଠାରେ ସେ ଚିକିତ୍ସାଧୀନ ଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe