ରେଭେନ୍ସା ଇଂରାଜୀ ବିଭାଗକୁ ଶହେ ବର୍ଷ ପୂରିଲା, ଶତାବ୍ଦୀ ସମାରୋହ ସେପ୍ଟେମ୍ବର ୩ରେ

Advertisment
ସାମ୍‌ସର ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା: ରେଭେନ୍ସା‌ ୟୁଜି, ପିଜିରେ ୩୬୦ ସିଟ୍‌ ଖାଲି

The Times of India

ଭୁବନେଶ୍ବର : ଦେଶର ଐତିହ୍ୟ ସମ୍ପନ୍ନ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗ ଇତିମଧ୍ୟରେ ଶହେ ବର୍ଷ ପୂରଣ କରିଥିବାରୁ ଆସନ୍ତା ସେପ୍ଟେମ୍ବର ମାସ ୩ ତାରିଖରେ ଶତବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି l ୧୯୧୬ ମସିହାରେ ଇଂରାଜୀ ବିଭାଗରେ ସ୍ନାତକ ଶିକ୍ଷାଦାନ ଆରମ୍ଭ ହୋଇଥିବା ବେଳେ ୧୯୨୨ ମସିହାରେ ସ୍ନାତକୋତ୍ତର ଶିକ୍ଷାଦାନ ସୋନପୁର ମହାରାଣୀଙ୍କ ଆର୍ଥିକ ଅନୁଦାନ ଦ୍ୱାରା ଆରମ୍ଭ ହୋଇଥିଲା। ରେଭେନ୍ସା ଇଂରାଜୀ ବିଭାଗର ଏହି ଶହେ ବର୍ଷର ଯାତ୍ରା ସଂଘର୍ଷମୟ ଓ ଘଟଣା ବହୁଳ ଅଟେ। ଏହି ବିଭାଗର ଅବଦାନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅତୁଳନୀୟ। ଶତବାର୍ଷିକ ଉତ୍ସବର ଆୟୋଜନ ଆଲୁମିନି ସମିତି ଓ ଇଂରାଜୀ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହେବ। ଉତ୍ସବ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଇବା ନିମିତ୍ତ ଏକ ସାମ୍ବାଦିକ ସମ୍ମିଳନୀ ରେଭେନ୍ସା ଇଂରାଜୀ ବିଭାଗ ସମ୍ମେଳନ କକ୍ଷରେ ଆସନ୍ତା ୩୦ ତାରିଖ ଅପରାହ୍ନ ୪ ଘଟିକାରେ ଅନୁଷ୍ଠିତ ହେବ ବୋଲି ଆୟୋଜନ ସମିତିର ଗଣମାଧ୍ୟମ ଆବାହକ ଡଃ କମଳା ପ୍ରସାଦ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe