Anadolu Agency
କଟକ : କଟକସ୍ଥିତ ରାଜସ୍ବ ପର୍ଷଦ ମୁଖ୍ୟ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ତିନିଦିନ ଅର୍ଥାତ୍ ୭୨ଘଣ୍ଟା ପାଇଁ ବନ୍ଦ କରାଯାଇଛି। ଅଗଷ୍ଟ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ପର୍ଷଦ କାର୍ଯ୍ୟାଳୟ ବନ୍ଦ ରହିବ ଓ ସେହି ସମୟରେ ସମସ୍ତ କର୍ମଚାରୀ ଘରେ ରହିବେ। ତେବେ, ସମସ୍ତଙ୍କ ମୋବାଇଲ୍ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଯଦି କୌଣସି ଜରୁରୀ କାର୍ଯ୍ୟ ଆସେ ତେବେ ଘରୁ ତାହା ସଂପାଦନ କରିବା ପାଇଁ ରାଜସ୍ବ ପର୍ଷଦ ସଚିବଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Follow Us