ଏପ୍ରିଲ ପହିଲାରୁ ମାତ୍ର ୧ ଘଣ୍ଟାରେ ମିଳିବ ଜମିବାଡ଼ି କାଗଜପତ୍ର

Advertisment
ଏପ୍ରିଲ ପହିଲାରୁ ମାତ୍ର ୧ ଘଣ୍ଟାରେ ମିଳିବ ଜମିବାଡ଼ି କାଗଜପତ୍ର

livemint

ଭୁବନେଶ୍ବର : ଜମିବାଡ଼ି କାଗଜପତ୍ର ପାଇଁ ଲୋକମାନଙ୍କ ଆଉ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆସନ୍ତା ଏପ୍ରିଲ ପହିଲାରୁ ମାତ୍ର ଏକ ଘଣ୍ଟା ମଧ୍ୟରେ ସବୁ ଜମିବାଡ଼ି କାଗଜପତ୍ର ମିଳିପାରିବ । ସବରେଜିଷ୍ଟ୍ରାର ଅଫିସରେ ପଂଜିକରଣ ପରେ ସେହିଦିନ ଅପରାହ୍ଣରେ ମିଳିବ ସବୁତଥ୍ୟ । ଏ ସଂପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ରାଜସ୍ବ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତା ଫେବ୍ରୁଆରି ୧୦ରେ ମୋ ସରକାର ଅଧିନକୁ ଆସିବ ରାଜସ୍ବ ବିଭାଗ ।

ଏଥିସହ ଯେଉଁ ତହସିଲଦାରଙ୍କ ନିକଟରେ ବକେୟା କାମ ରହିଛି ସେମାନେ ତାହାକୁ ତୁରନ୍ତ ଶେଷ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କର ବକେୟା କାମ ଶେଷ ହୋଇପାରିନାହିଁ ସେମାନଙ୍କର ଛୁଟି ବାତିଲ କରାଯିବ। ଛୁଟି ଭିତରେ ସେମାନେ କାମ ଶେଷ କରିବେ ବୋଲି କହିଛନ୍ତି ରାଜସ୍ବ ସଚିବ ପ୍ରଦୀପ୍ତ ମହାପାତ୍ର। ଏହାବାଦ୍  ଯେଉଁ +୨ ଓ +୩  କଲେଜ ନାମରେ ଜମି ରେକର୍ଡ ହୋଇନାହିଁ, ସେ ସବୁ କଲେଜ ତହସିଲଦାରଙ୍କୁ ଆବେଦନ କରି ଜମି ନିଜ ନାମରେ କରାଇ ନେବାକୁ କହିଛନ୍ତି ରାଜସ୍ବ ସଚିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe