ରାଜସ୍ବ ମନ୍ତ୍ରୀଙ୍କ ହେଲ୍‌ପ ଲାଇନ ଲୋକାର୍ପିତ : ଧାର୍ଯ୍ୟ ସମୟରେ ଲୋକଙ୍କୁ ମିଳିବ ରାଜସ୍ବ ସେବା

Advertisment
ରାଜସ୍ବ ମନ୍ତ୍ରୀଙ୍କ ହେଲ୍‌ପ ଲାଇନ ଲୋକାର୍ପିତ : ଧାର୍ଯ୍ୟ ସମୟରେ ଲୋକଙ୍କୁ ମିଳିବ ରାଜସ୍ବ ସେବା

ଭୁବନେଶ୍ବର : ଆଜି ସଚିବାଳୟରେ ଅନୁଷ୍ଠିତ ଅତିରିକ୍ତ ଜିଲ୍ଲାପାଳମାନଙ୍କର ସମ୍ମିଳନୀ ଅବସରରେ ରାଜସ୍ବ ମନ୍ତ୍ରୀଙ୍କ ହେଲ୍‌ପ ଲାଇନ ଲୋକାର୍ପିତ ହୋଇଛି। ଧାର୍ଯ୍ୟ ସମୟ ମଧ୍ୟରେ ଲୋକମାନଙ୍କୁ ରାଜସ୍ବ ସେବା ଯୋଗାଇଦେବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ।

ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ଡ. ଚନ୍ଦ୍ରଶେଖର କୁମାର ଏହି ହେଲ୍‌ପ ଲାଇନକୁ ଲୋକାର୍ପିତ କରିଥିଲେ। ଏହି ଅବସରରେ ରାଜସ୍ବ ପ୍ରଶାସନକୁ ଅଧିକ ସ୍ବଚ୍ଛ, କ୍ରିୟାଶୀଳ ଓ ଲୋକାଭିମୁଖୀ କରି ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସେ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ରାଜସ୍ବ ପ୍ରଶାସନକୁ ଆହୁରି ଦକ୍ଷ କରିହେଉଥିବା ସେ କହିଥି‌େଲ। ସୂଚନାଯୋଗ୍ୟ, ଆୟ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ସମେତ ରାଜସ୍ବ ବିଭାଗର ୩୧ଟି ସେବାକୁ ଓଡ଼ିଶା ଲୋକସେବା ଅଧିନିୟମରେ ଅନ୍ତର୍ଭୁକ୍ତ କରାଯାଇଛି।

ସାଧାରଣ ନାଗରିକମାନେ ଉପରୋକ୍ତ ସେବାଗୁଡ଼ିକୁ ଦରଖାସ୍ତ କରି ଠିକଣା ସମୟରେ ପାଇପାରୁନଥିଲେ ସେମାନେ ନିଜ ନିଜ ଅଭିଯୋଗକୁ ଏହି ଟୋଲ୍‌ଫ୍ରି ନଂ ୧୮୦୦-୩୦୦-୨୬୩୧୪ରେ ପଞ୍ଜୀକୃତ କରିପାରିବେ। ସେହିପରି ମୋବାଇଲ୍‌ ନଂ ୭୫୨୭୦-୭୦୮୦୦କୁ ଏସ୍‌ଏମ୍‌ଏସ୍‌ ପଠାଇପାରିବେ। ସେହିପରି ଇ-ମେଲ୍‌‌ ଯୋଗେ revhelpline-od@gov.inକୁ କିମ୍ବା helpline.revenueodisha.gov.in ୱେବ୍‌ସାଇଟ୍‌କୁ ଯାଇ ଅଭିଯୋଗ ଦାଖଲ କରିପାରିବେ। ଏହା ସହିତ ରାଜସ୍ବ ବିଭାଗରେ ରାଜସ୍ବ ମନ୍ତ୍ରୀଙ୍କ ସହାୟତା କେନ୍ଦ୍ର ସ୍ଥାପନ କରାଯାଇଛି। ଜିଲ୍ଲାସ୍ତରରେ ମଧ୍ୟ ସ୍ଥାପିତ ହୋଇଛି ପରିଚାଳନା କେନ୍ଦ୍ର।

ଏହି ୱେବ୍‌ ପୋର୍ଟାଲ୍‌ ମାଧ୍ୟମରେ ଅଭିଯୋଗଗୁଡ଼ିକର ପଞ୍ଜୀକରଣ ଓ ପରିଚାଳନାକୁ ତଦାରଖ କରିବା ପାଇଁ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ଅନ୍ତର୍ଭୁକ୍ତ କରି ୟୁଜର ଆଇଡି ଓ ପାସ୍‌ୱାର୍ଡ ପ୍ରଦାନ କରାଯାଇଛି। ଏହି ଅବସରରେ ପୂର୍ବ ଘୋଷିତ ନିଷ୍ପତ୍ତି ଅନୁଯାୟୀ କ୍ରେତାଙ୍କ ନିକଟକୁ ଜମି ପଟ୍ଟା ସ୍ପିଡ୍‌ ପୋଷ୍ଟ ଜରିଆରେ ପଠାଇବା ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର ଲଫାପାକୁ ପ୍ରମୁଖ ସଚିବ ଉନ୍ମୋଚନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe