ମୟୂରଭଞ୍ଜ ଜିଲ୍ଲାରେ କରୋନା ସ୍ଥିତିର ଅନୁଧ୍ୟାନ କଲେ ରାଜସ୍ୱ ମନ୍ତ୍ରୀ ସୁଦାମ

Advertisment

ବାରିପଦାରୁ ଭିଡିଓ କନଫରେନ୍ସ ଜରିଆରେ କ୍ୟାବିନେଟ୍ ବୈଠକରେ ସାମିଲ ହେଲେ

ବାରିପଦାରୁ ଭିଡିଓ କନଫରେନ୍ସ ଜରିଆରେ କ୍ୟାବିନେଟ୍ ବୈଠକରେ ସାମିଲ ହେଲେ

ମୟୂରଭଞ୍ଜ ଜିଲ୍ଲାରେ କରୋନା ସ୍ଥିତିର ଅନୁଧ୍ୟାନ କଲେ ରାଜସ୍ୱ ମନ୍ତ୍ରୀ ସୁଦାମ

ବାରିପଦା : ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବାରିପଦାରୁ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଭିଡିଓ କନଫେରନ୍ସ ଜରିଆରେ ସାମିଲ ହୋଇଥିଲେ। କ୍ୟାବିନେଟ୍ ବୈଠକ ସମାପ୍ତ ହେବା ପରେ ସୁଦାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସିଥିଲେ। ଏଥିସହିତ ଜିଲ୍ଲାର ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଲକ୍‌ଡାଉନ ସମୟରେ ଜିଲ୍ଲାବାସୀଙ୍କୁ ସମସ୍ତ ଜରୁରୀ ସେବା ଯୋଗାଇଦେବା ସହିତ ଆବଶ୍ୟକୀୟ ସମସ୍ତ ସହୟତା ଯୋଗାଇଦେବାକୁ ମନ୍ତ୍ରୀ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି କରୋନା ମୁକାବିଲା ନେଇ ହୋଇଥିବା ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe