ସମ୍ବଲପୁର: ଆଜି ଦିନ ୧୧ଟାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ ହୋଇଯାଇଥିଲେ। ବୁର୍ଲାରେ ତାଙ୍କ ସ୍ବାଗତ ନିମନ୍ତେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବୁର୍ଲା ଟିଣଘର ସଭାକକ୍ଷରେ ହେବାକୁ ଥିବା ସମ୍ବର୍ଦ୍ଧନା ସଭାକୁ ଶୋଭାଯାତ୍ରାରେ ଯିବା ସମୟରେ ସେ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ। ଶୋଭାଯାତ୍ରା ଗାଡ଼ିରେ ଛିଡ଼ା ହୋଇ ସେ ଜନସାଧାରଣଙ୍କୁ ଅଭିବାଦନ ଜଣାଉଥିବା ସମୟରେ ଅସୁସ୍ଥ ଅନୁଭବ କରି ଗାଡ଼ିରେ ବସିପଡ଼ିଥିଲେ। କୌଣସି ପ୍ରକାରେ ସମ୍ବର୍ଦ୍ଧନା ସଭା ସାରିବା ପରେ ତାଙ୍କୁ ଜଳ ସଂପଦ ବିଭାଗର ଅତିଥିଶାଳାକୁ ନିଆଯାଇଥିଲା। ଭିମ୍ସାର ନିର୍ଦ୍ଦେଶକଙ୍କ ସହିତ ଏକ ଡାକ୍ତରୀ ଟିମ୍ ସେଠାରେ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା ସହିତ ଆବଶ୍ୟକ ଚିକିତ୍ସା କରିଥିଲେ। ଅଚାନକ ରକ୍ତଚାପ କମିଯିବାରୁ ସେଭଳି ଘଟିଥିବା ଜଣାପଡ଼ିଥିଲା। କିଛି ସମୟ ବିଶ୍ରାମ ପରେ ସେ ପୁଣି ଭିମ୍ସାରରେ ହେବାକୁ ଥିବା ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଅପରାହ୍ଣରେ ପୁଣି ଗୋଶାଳା ଓ ଚିପିଲିମା ଅଂଚଳରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ହୋଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us