ରାଜସ୍ୱ ମନ୍ତ୍ରୀଙ୍କ ଅଚାନକ କଟକ ଜିଲ୍ଲାର ବାରଙ୍ଗ ଓ ବାଙ୍କୀ ଗସ୍ତ : ଆକଳନ କଲେ ତହସିଲ୍, ବିଦ୍ୟାଳୟ ଓ ଆହାର କେନ୍ଦ୍ରର କାର୍ଯ୍ୟକାରିତା

Advertisment
ରାଜସ୍ୱ ମନ୍ତ୍ରୀଙ୍କ ଅଚାନକ କଟକ ଜିଲ୍ଲାର ବାରଙ୍ଗ ଓ ବାଙ୍କୀ ଗସ୍ତ : ଆକଳନ କଲେ ତହସିଲ୍, ବିଦ୍ୟାଳୟ ଓ ଆହାର କେନ୍ଦ୍ରର କାର୍ଯ୍ୟକାରିତା

ଭୁବନେଶ୍ୱର : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ବାରଙ୍ଗ ତହସିଲ୍, ବାଙ୍କୀ ତହସିଲ୍, ମୁଣ୍ଡୁ ମୁହାଣ ନୋଡାଲ୍ ସ୍କୁଲ ଓ ବାଙ୍କୀସ୍ଥିତ ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲ। ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀମାନଙ୍କୁ ଅଚାନକ ପରିଦର୍ଶନ କରିବାକୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କଟକ ଜିଲ୍ଲାର ବାରଙ୍ଗ ଓ ବାଙ୍କୀ ତହସିଲ୍ ପରିଦର୍ଶନ କରି ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ।

publive-image

ବସୁନ୍ଧରା ଅନ୍ତର୍ଗତ ଘରଡିହ ପଟ୍ଟା ଆବଣ୍ଟନ, ମ୍ୟୁଟେସନ୍ କେସ୍ ଫଇସଲା, ବିଭିନ୍ନ ପ୍ରମାଣପତ୍ର ଯୋଗାଇଦେବା, ସରକାରୀ ଜମି ସୁରକ୍ଷା ଆଦି କାର୍ଯ୍ୟର ୫ "ଟି' ଆଧାରରେ ସଂପାଦନ ଉପରେ ମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। ତହସିଲଦାର ଓ ଅନ୍ୟ କର୍ମଚାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ନିଷ୍ଠା ଓ ସ୍ୱଚ୍ଛତାର ସହ କାର୍ଯ୍ୟକାରିବା ସହିତ ସମୟାନୁବର୍ତ୍ତୀ ସେବା ପ୍ରଦାନପୂର୍ବକ ଓଡ଼ିଶା ଲୋକସେବା ଅଧିକାର ଆଇନ ତଥା ୫ "ଟି' ମନ୍ତ୍ରର ସଠିକ୍ ପ୍ରଣୟନ କରିବା ପାଇଁ ପରାମର୍ଶ ଦେଇଥିଲେ।

publive-image

ସେହିପରି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ମୁଣ୍ଡା ମୁହାଣ ନୋଡାଲ୍ ସ୍କୁଲକୁ ଅଚାନକ ପରିଦର୍ଶନ କରି ସେଠାରେ ପ୍ରଦାନ କରାଯାଉଥିବା ଶିକ୍ଷା ଓ ମଧ୍ୟାହ୍ନ ଭୋଜନର ମାନ ଉପରେ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ମଧ୍ୟାହ୍ନ ଭୋଜନର ଗୁଣବତ୍ତା ପରୀକ୍ଷା କରିବା ପାଇଁ ମନ୍ତ୍ରୀ ନିଜେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଖାଇଥିଲେ।

publive-image

ପରେ ପରେ ବାଙ୍କୀର ଆହାର କେନ୍ଦ୍ରକୁ ମନ୍ତ୍ରୀ ଅଚାନକ ପରିଦର୍ଶନରେ ଯାଇ ସେଠାରେ ଖାଦ୍ୟ ଖାଇବା ସହ ଖାଦ୍ୟର ମାନ ପରୀକ୍ଷା କରିଥିଲେ। ସେଠାରେ ଖାଦ୍ୟ ଗ୍ରହଣ କରୁଥିବା ଲୋକମାନଙ୍କର ମତ ମଧ୍ୟ ଲୋଡ଼ିଥିଲେ। ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଆହାର କେନ୍ଦ୍ରରେ ଏକ ସୁସ୍ଥ ପରିବେଶ ବଜାୟ ରଖିବାକୁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe