ଶିମିଳିପାଳରୁ ମିଳିଲା ଅଢ଼େଇ କୋଟି ରାଜସ୍ୱ

Advertisment
ଜୁନ୍‌ ୧୬ରୁ ଅକ୍ଟୋବର ୩୧ ଯାଏ ଶିମିଳିପାଳ ବନ୍ଦ

ସିଙ୍ଗଡ଼ା: ଆଗକୁ ବର୍ଷାଦିନ ଥିବାରୁ ଜୁନ୍‌ ୧୫ ତାରିଖରୁ ଆଗାମୀ ୪ ମାସ; ନଭେମ୍ବର ପହିଲା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଛି। ଗତ ଦୁଇବର୍ଷ କ‌ରୋନା ଯୋଗୁଁ ଅଭୟାରଣ୍ୟକୁ ପର୍ଯ୍ୟଟକ ଆସି ନଥିଲେ। ଫଳରେ ରାଜସ୍ବ ମିଳି ନଥିଲା। ତେବେ ଚଳିତ ବର୍ଷ କ‌ରୋନା କଟକଣା ହଟିବା ପରେ ହଜାର ହଜାର ପର୍ଯ୍ୟଟକ ଶିମିଳିପାଳ ବୁଲିଛନ୍ତି। ଫଳରେ ରାଜସ୍ବ ଆଦାୟ ବେଶ୍‌ ଭଲ ହୋଇଛି। ସରକାରଙ୍କ ତହବିଲକୁ ପ୍ରାୟ ଅଢ଼େଇ କୋଟି ଟଙ୍କା ଯାଇଥିବା ଶିମିଳିପାଳ ସହକାରୀ ବନ ସଂରକ୍ଷକ ପ୍ରଦୀପ କୁମାର ଦେଓ କହିଛନ୍ତି।

publive-image

ଚଳିତ ବର୍ଷ ଶିମିଳିପାଳ ବୁଲିବାକୁ ପର୍ଯ୍ୟଟକଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ ମିନିବସ୍‌ର ବ୍ୟବସ୍ଥା କରାଯାଇଥିଲା। ଏହା ସହିତ ଅଭୟାରଣ୍ୟ ମଧ୍ୟରେ ସ୍ବତନ୍ତ୍ର ଖାଦ୍ୟର ବ୍ୟବସ୍ଥା ଥିଲା। ଯାହା ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥିଲା। ଆଗକୁ ମଧ୍ୟ ଏମିତି ଅନେକ ବ୍ୟବସ୍ଥା ହେବ। ଯେଉଁଥିପାଇଁ ଶିମିଳିପାଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ ବୋଲି ଶିମିଳିପାଳ ଅଭୟାରଣ୍ୟର ବନ ସଂରକ୍ଷକ ସାଇ କିରଣ ଡିଏନ୍‌ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe