ଆନ୍ଦୋଳନରୁ ଓହରିଲେ ରାଜସ୍ବ ଅମଲା

ବିଭିନ୍ନ ଦାବି ନେଇ ୧୫ ଦିନ ହେଲା କାର୍ଯ୍ୟବନ୍ଦ କରିଥିବା ରାଜସ୍ବ ଅମଲାମାନେ ଆଜି ଆନ୍ଦୋଳନରୁ ଓହରିଛନ୍ତି। ଫଳରେ ତହସିଲ୍‌ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାରି ରହିଥିବା ଅଚଳାବସ୍ଥା ହଟିଛି।

sfssfxcxc

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ୧୫ ଦିନ ହେଲା କାର୍ଯ୍ୟବନ୍ଦ କରିଥିବା ରାଜସ୍ବ ଅମଲାମାନେ ଆଜି ଆନ୍ଦୋଳନରୁ ଓହରିଛନ୍ତି। ଫଳରେ ତହସିଲ୍‌ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାରି ରହିଥିବା ଅଚଳାବସ୍ଥା ହଟିଛି। ତେବେ ବିଭିନ୍ନ ରାଜସ୍ବ ସେବା ପାଇଁ ୧୫ ଦିନ ହେଲା ଦହଗଞ୍ଜ ହେଉଥିବା ଲୋକମାନେ ଆଶ୍ବସ୍ତ ‌ହୋଇ ପାରିନାହାନ୍ତି। କାରଣ ବୁଧବାରଠାରୁ ତିନି ଦିନ ସରକାରୀ ଛୁଟି ଥିବାରୁ ସେମାନଙ୍କ କୌଣସି କାମ ହେବାର ନାହିଁ। ଶନିବାର କାର୍ଯ୍ୟାଳୟ ଖୋଲା ରହିବାର ଥିଲେ ମଧ୍ୟ ପରଦିନ ରବିବାର ଥିବାରୁ ଉପସ୍ଥାନ ପତଳା ରହିବାର ଆଶଙ୍କା ରହିଛି। 

ଗତକାଲି ରାଜସ୍ବ ଅମଲା ସଂଘ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ। ସଂଘର ଦାବି ପୂରଣ ପାଇଁ ସରକାର ପ୍ରକ୍ରିୟା ଜାରି ରଖିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ତେବେ କୌଣସି ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ସଂଘ ଆନ୍ଦୋଳନରୁ ଓହରି ନଥିଲା। ଆଜି ସକାଳୁ ଆଭାସୀ ମାଧ୍ୟମରେ ସଂଘର କାର୍ଯ୍ୟକାରିଣୀ ବୈଠକ ହୋଇଥିଲା। କିଛି ଜିଲ୍ଲାରେ ବନ୍ୟା ପରିସ୍ଥିତି, ନୂଆଁଖାଇ ପର୍ବ ପରିପ୍ରେକ୍ଷୀ‌ରେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ମତପ୍ରକାଶ ପାଇଥିଲା। ରାଜସ୍ବ ମନ୍ତ୍ରୀଙ୍କ ନିବେଦନ ଓ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ‌ଶେଷରେ ଦାବି ପୂରଣ ନେଇ ସରକାରଙ୍କ ଉପରେ ଭରସା‌ ରଖି ଆନ୍ଦୋଳନକୁ ସ୍ଥଗିତ ରଖାଗଲା ବୋଲି ସଭାପତି ଟି ବାଲାଜୀ ସାହୁ କହିଛନ୍ତି। ତେବେ ଗତକାଲିଠାରୁ ବନ୍ୟା ପ୍ରଭାବିତ ଜିଲ୍ଲାରେ ରାଜସ୍ବ ଅମଲାମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe