ଦିବ୍ୟାଙ୍ଗଙ୍କଠାରୁ ବି ଲାଞ୍ଚ, ଭିଜିଲାନ୍ସ ହାତରେ ରାଜସ୍ବ ସୁପରଭାଇଜର

Advertisment
ଦିବ୍ୟାଙ୍ଗଙ୍କଠାରୁ ବି ଲାଞ୍ଚ, ଭିଜିଲାନ୍ସ ହାତରେ ରାଜସ୍ବ ସୁପରଭାଇଜର

ଶୁଳିଆପଦା : ବିବାହ ପ୍ରୋତ୍ସାହନ ରାଶି ମଞ୍ଜୁର ପାଇଁ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ପାଖରୁ ୨୫୦୦ ଟଙ୍କା ଲାଞ୍ଚ ନେବାବେଳେ ନିଜ କାର୍ଯ୍ୟାଳୟରେ ଧରାପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ତହସିଲର ରାଜସ୍ବ ସୁପରଭାଇଜର ସଞ୍ଜୟ କୁମାର ପାଢ଼ୀ (୫୯)। ଭିଜିଲାନ୍ସ ଟିମ୍‌ ତାଙ୍କ ପାଖରୁ ଟଙ୍କାତକ ଜବତ କରିଛନ୍ତି। ସେହିପରି, ଶ୍ରୀ ପାଢ଼ୀଙ୍କ କାର୍ଯ୍ୟାଳୟ ଏବଂ ବାରିପଦା ଜଗଦ୍ଧାତ୍ରୀ ସିନେମା ହଲ୍‌ ନିକଟ ବାସଭବନରେ ମଧ୍ୟ ଚଢ଼ଉ କରାଯାଇଛି।

ସୂଚନା ଅନୁସାରେ, ଶୁଳିଆପଦା ବ୍ଲକ୍ ଅଁଳାକୁଡ଼ା ପଞ୍ଚାୟତ ଅଧୀନ ଧଡ଼ାଙ୍ଗରି ଗ୍ରାମର ଦେବୀ ବେଶ୍ରା (୩୦) ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ। ନିକଟରେ ଜଣେ ଯୁବତୀଙ୍କ ସହ ତାଙ୍କର ବିବାହ ‌ହୋଇଛି। ସରକାରୀ ଯୋଜନା ଅନୁଯାୟୀ ବିବାହ ପାଇଁ ଦେବୀଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ତେଣୁ ସେ ଟଙ୍କା ପାଇବାକୁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ହେଲେ, ଟଙ୍କା ମଞ୍ଜୁର ବାବଦକୁ ଶ୍ରୀ ପାଢ଼ୀ ଲାଞ୍ଚ ମାଗିଥିଲେ। ଫଳରେ, ଦେବୀ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe