ଓଡ଼ିଶାରେ ଓଲଟା ଶାସନ ଚାଲିଛି: ବିଜୟ

୫-ଟି ସଚିବଙ୍କ ଗସ୍ତ ତଦାରଖ କରୁଛନ୍ତି ମନ୍ତ୍ରୀ, ବିଧାୟକ

ଓଡ଼ିଶାରେ ଓଲଟା ଶାସନ ଚାଲିଛି: ବିଜୟ

ବାଲିଗୁଡ଼ା : ଓଡ଼ିଶାରେ ଏବେ ବିଚିତ୍ର ଶାସନ ଚାଲିଛି। ପୂର୍ବରୁ ମନ୍ତ୍ରୀଙ୍କ ସରକାରୀ ଗସ୍ତ କାର୍ଯ୍ୟକ୍ରମକୁ ସଚିବମାନେ ତଦାରଖ କରୁଥିଲେ। ଏବେ ସଚିବଙ୍କ କାର୍ଯ୍ୟକ୍ରମକୁ ମନ୍ତ୍ରୀ, ବିଧାୟକମାନେ ତଦାରଖ କରୁଛନ୍ତି। ଯାହାର ନମୁନା ଏବେ ୫-ଟି ସଚିବଙ୍କ ଗସ୍ତ ବେଳେ ଜଳଜଳ ହୋଇ ପଦାରେ ପଡ଼ିଛି। କନ୍ଧମାଳ ଗସ୍ତରେ ଥିବା କଂଗ୍ରେସ ନେତା ତଥା ରାଜ୍ୟ କଂଗ୍ରେସର ନିର୍ବାଚନ ପ୍ରଚାର ମୁଖ୍ୟ ବିଜୟ ପଟ୍ଟନାୟକ ଏଠାରେ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ କହିଥିଲେ, ସେ ସଚିବ ଦାୟିତ୍ବରେ ରହିଥିବା ବେଳେ ଏଭଳି ଧାରା ନଥିଲା। ହେଲେ ଏହି ଓଲଟା ଧାରା ଏବେ ୫-ଟି ସଚିବଙ୍କ ପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେବା ଅତ୍ୟନ୍ତ ଦୁଭାର୍ଗ୍ୟଜନକ। ଏବେ ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ତୃତୀୟ ମହଲା ବାଟ ବନ୍ଦ ହୋଇଯାଇଛି। ମୁଖ୍ୟମନ୍ତ୍ରୀ କୌଣସି ମନ୍ତ୍ରୀ ଓ ବିଧାୟକଙ୍କୁ ବିଶ୍ୱାସକୁ ନେଉ ନଥିବା ବେଳେ ସଚିବଙ୍କୁ ବିଶ୍ୱାସକୁ ନେଉଛନ୍ତି। ଏଥିସହିତ ସେ ପ୍ରଶ୍ନ ଉଠାଇଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ଏକ ନମ୍ବର ତେବେ ୩୦ଲକ୍ଷ ଲୋକ କାହିଁକି ଦାଦନ ଯାଇଛନ୍ତି? ଓଡ଼ିଶାରେ ବିଚିତ୍ର ଶାସନ ଚାଲିଛି, ତେଣୁ ଏହାକୁ ଉପାଡ଼ି ଫୋପାଡ଼ି ଦେବା ଦରକାର ବୋଲି ଆୟୋଜିତ କଂଗ୍ରେସର ଏକ କର୍ମୀ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ସୂଚନା ଅନୁସାରେ, ଶ୍ରୀ ପଟ୍ଟନାୟକ ଦିନିକିଆ ବାଲିଗୁଡା ଗସ୍ତରେ ଆସି ସ୍ଥାନୀୟ ଦଣ୍ଡପଦର ନିକଟରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପରେ ଏକ ବିରାଟ ବାଇକ୍‌ ରାଲିରେ ନିଆ ଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସେ ଯୋଗଦେଇଥିଲେ। ଏହି ଅବସରରେ ୨୦୨୪ରେ କଂଗ୍ରେସ ଓଡ଼ିଶାରେ ସରକାର ଗଠନ କରିବା ସମ୍ଭାବନା ଉଜ୍ଜ୍ବଳ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe