ଓଡ଼ିଶାରେ ଓଲଟା ଶାସନ ଚାଲିଛି: ବିଶ୍ବେଶ୍ବର ଟୁଡୁ

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବିମାନ ଯାଞ୍ଚ

ପୁରୀ : ଓଡ଼ିଶାରେ ଏବେ ଓଲଟା ଶାସନ ଚାଲିଛି। ଏଠି ଜନସାଧାରଣଙ୍କ କୌଣସି ସମସ୍ୟା ସମାଧାନ କରିବାକୁ ହେଲେ, ମନ୍ତ୍ରୀମାନେ ସଚିବଙ୍କୁ ସମୟ ମାଗୁଛନ୍ତି। ଯେଉଁଠି ମନ୍ତ୍ରୀମାନଙ୍କୁ ସଚିବମାନ ସମୟ ମାଗିବା କଥା ସେଠି ମନ୍ତ୍ରୀମାନେ ସଚିବଙ୍କୁ ସମୟ ମାଗିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ।

ଶ୍ରୀ ଟୁଡୁ କହିଛନ୍ତି, ୫-ଟି ସଚିବ ପ୍ରଶାସନିକ ନୀତିନିୟମକୁ ଉଲ୍ଲଂଘନ କରିବା ଉପରେ କେନ୍ଦ୍ର ଚିଠି ଲେଖି ଜବାବ ମାଗିଛନ୍ତି। ଯଦି ସାହସ ଅଛି, ମୁଖ୍ୟ ଶାସନ ସଚିବ ଏହାର ଜବାବ ରଖନ୍ତୁ। ଏଠି ଯଦି କେହି କିଛି ଜାଣିବାକୁ ଚାହୁଛନ୍ତି, ତେବେ ସଚିବଙ୍କୁ ପଚାର ବୋଲି କୁହାଯାଉଛି। ଏହାର ମାନେ କ'ଣ ବୋଲି ଶ୍ରୀ ଟୁଡୁ କହିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପୂର୍କରେ ଶ୍ରୀ ଟୁଡୁ କହିଛନ୍ତି, ମନ୍ତ୍ରୀ ଭାବେ ଏହି ପ୍ରସଙ୍ଗରେ କହିବା ଠିକ୍‌ ହେବନି। କାରଣ ମୁଁ ଏହି ପ୍ରସଙ୍ଗ ସମ୍ପୂର୍ଣ୍ଣ ଭାବେ ଜାଣିନି। କିନ୍ତୁ ଜଣେ ସାଧାରଣ ଲୋକ ହିସାବରେ ରତ୍ନଭଣ୍ଡାର ଖୋଲିବାକୁ ମୁଁ ଦାବି ରଖିବି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe