ଭୁବନେଶ୍ବରରେ ଗଡ଼ିବ ମେଟ୍ରୋ ରେଳ ! ଉତ୍କଳ ଦିବସରେ ହେଲା ଉଚ୍ଚସ୍ତରୀୟ ସର୍ଭେ

Advertisment
ଭୁବନେଶ୍ବରରେ ଗଡ଼ିବ ମେଟ୍ରୋ ରେଳ ! ଉତ୍କଳ ଦିବସରେ ହେଲା ଉଚ୍ଚସ୍ତରୀୟ ସର୍ଭେ

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଏବେ ମେଟ୍ରୋ ଟ୍ରେନ ଗଡ଼ିବ।  ଉତ୍କଳ ଦିବସରେ ଏହା ଓଡ଼ିଶା ପାଇଁ ଭେଟି ବୋଲି କୁହାଯାଉଛି। ଶନିବାର ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଆଜି ଏ ନଇେ ସର୍ଭେ କରିଛନ୍ତି । ମେଟ୍ରୋ ଟ୍ରେନ ଗଡ଼ିବା ପାଇଁ ସୁବିଧା ଅଛି କି ନାହିଁ, କେଉଁଠୁ କେଉଁଠିକି ମେଟ୍ରୋ ଟ୍ରେନ ଗଡିବ, ସେଥିପାଇଁ କ’ଣ କ’ଣ ଆବଶ୍ୟକ ତାହା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଏହି ଖବର ଜଣାପଡିବା ପରେ ରାଜ୍ୟବାସୀ ଏହାକୁ ସ୍ବାଗତ କରିଛନ୍ତି। ମେଟ୍ରୋ ଟ୍ରେନ ଚାଲିଲେ ବହୁ ଲୋକ ଏହା ଦ୍ବାରା ଉପକୃତ ହେବେ ବୋଲି ଆଶା ରହିଛି। ଖୁବଶୀଘ୍ର ରାଜଧାନୀରେ ମେଟ୍ରୋ ରେଳ ‌ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ଆଶା ପ୍ରକାଶ ପାଇଛି।

publive-image

ଏ ନେଇ ଅନୁଷ୍ଠିତ ସର୍ଭେ କାର୍ଯ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ , ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥାନନ୍, ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମିଲ ଥିଲେ। କେଉଁ କେଉଁ ରୁଟ ଦେଇ ଯିବ ମେଟ୍ରୋ ସେଇ ସମସ୍ତ ଲାଇନ ଉପରେ ସମୀକ୍ଷା କରାଯାଇଛି। ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ପାର୍କିଂ ପର୍ଯ୍ୟନ୍ତ ସମସ୍ତ ଦିଗକୁ ନଜରରେ ରଖି  ପ୍ରକଳ୍ପ ହେବ ବୋଲି କୁହାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଚଳାଇବା ଯୋଜନା ରହିଛି। ଏ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଭୁବନେଶ୍ବର ବିମାନ ବନ୍ଦର , ରେଲୱେ ଷ୍ଟେସନ ,ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୁଳିଆ ପର୍ଯ୍ୟନ୍ତ ଅଞ୍ଚଳ ଗସ୍ତ କରି ସମୀକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe