ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଭାରତବର୍ଷରେ ଉଦାହରଣ ହୋଇ ରହିବ, ସେଥିପାଇଁ ଆମେ କାମ କରୁଛୁ: ସୁରେଶ ପୂଜାରୀ

Advertisment
ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଭାରତବର୍ଷରେ ଉଦାହରଣ ହୋଇ ରହିବ, ସେଥିପାଇଁ ଆମେ କାମ କରୁଛୁ: ସୁରେଶ ପୂଜାରୀ

ଭୁବନେଶ୍ବର: ଛୁଟି ଦିନରେ ବି କାମ ଚାଲିଛି। ଓଡ଼ିଶାରେ ୩୬୫ ଦିନ କାମ ହେବ। ଏଭଳି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ଥିଲା। ୨୪ ଘଣ୍ଟା ଆମେ କାମ କରିବୁ। ଉଭୟ ବିଭାଗର ସଫଳତା ଓ ବିଭିନ୍ନ ଯୋଜନା ଉପରେ ଆଲୋଚନା ହୋଇଛି। ୨୫ ଜଣ ଉପସ୍ଥିତ ରହିଥିଲେ। ଆଗକୁ ରୋଡ଼ ମ୍ୟାପ କଣ ହେବ ତାହା ଉପରେ ସରଳିକରଣ ହେବ। ଜମିଜମା ଯାହା ସମସ୍ୟା ଅଛି ତାହା ମଧ୍ୟ ସମାଧାନ ହେବ। ରେକର୍ଡ ଅଫ୍ ରାଇଟକୁ ଅଟୋ ସିଷ୍ଟମ କାମ ହେବ। ଭୂମିହୀନ ଲୋକ କିଭଳି ସୁବିଧା ପାଇବେ, ତାହା ଉପରେ ଖସଡ଼ା ପ୍ରସ୍ତୁତ ହୋଇଛି।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାହିଁକି ଗତିରୋଧ ହୋଇଥିଲା ତାହା ଉପରେ ଆଲୋକପାତ କରାଯାଇଛି। ରାଜସ୍ବ କେସ ଅଛି ଯାହା ଫଇସଲା ହୋଇନାହିଁ, ତାହା ମଧ୍ୟ ହେବ। ବିଭାଗ କାମ ଯେଉଁ ଗତିରୋଧ ହୋଇକି ଅଛି ତାହା ତୁରନ୍ତ ସମାଧାନ ପାଇଁ କାମ ହେବ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଭାରତ ବର୍ଷରେ ଉଦାହରଣ ହୋଇ ରହିବ ତାହା ପାଇଁ ଆମେ କାମ କରୁଛୁ। ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଆହୁରି ଆଗକୁ ଯିବୁ। ୨୪ ଘଣ୍ଟା ବିଭାଗ ପ୍ରସ୍ତୁତ ରହିବ। ବିପର୍ଯ୍ୟୟକୁ ରୋକିବା ପାଇଁ ପ୍ରସ୍ତୁତ ଅଛୁ। ବିପର୍ଯ୍ୟୟରେ  (ଗ୍ରୀଷ୍ମ ପ୍ରବାହ ଓ ଘଡ଼ଘଡ଼ି )ରେ ଯେଉଁମାନଙ୍କର ମୃତ୍ୟୁ ହେଉଛି କେନ୍ଦ୍ରୀୟ ଯୋଜନାରେ ପଇସା ପାଇବେ, ତାହା ଉପରେ ମଧ୍ୟ କାମ ହେବ। ଶୂନ୍ୟ ସହନଶୀଳତାରେ କାମ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାରା ନା ଖାଉଙ୍ଗା ନା ଖାନେ ଦୁଙ୍ଗା ଓଡ଼ିଶାରେ ୧୦୦ ପ୍ରତିଶତ କାମ ହେବ। ଯେଉଁଠି ଦୁର୍ନୀତି ଅଭିଯୋଗ ଆସିବ, ତାହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

ଚଳିତ ବର୍ଷ ଅଂଶୁଘାତରେ ଓଡ଼ିଶାରେ ଅଧିକ ଲୋକେ ମୃତ୍ୟୁ ହୋଇଛି। ସମୁଦାୟ ୧୬୧ ଅଭିଯୋଗ ଆସିଥିଲା। ଜିଲାପାଳ ଯାହା ରିପୋର୍ଟ ଦେଇଛନ୍ତି ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe