୫‘ଟି’ଆଧାରରେ ଅବକାରୀ ଆଇନ କାର୍ଯ୍ୟକାରୀ କର: ଅବକାରୀ ମନ୍ତ୍ରୀ

Advertisment
୫‘ଟି’ଆଧାରରେ ଅବକାରୀ ଆଇନ କାର୍ଯ୍ୟକାରୀ କର: ଅବକାରୀ ମନ୍ତ୍ରୀ

Deccan Chronicle

ଅବକାରୀ ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ
ଅବକାରୀ ନିର୍ଦ୍ଦେଶାଳୟକୁ ସ୍ବୟଂଚାଳିତ କରାଯିବ
ଖୁବଶୀଘ୍ର ଅନଲାଇନରେ ଅବକାରୀ କାରବାର

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଣୀତ ୫'ଟି' ଆଧାରରେ ଅବକାରୀ ଆଇନ ରାଜ୍ୟରେ କାର୍ଯ୍ୟକାରୀ କର। ଆଜି ଅବକାରୀ ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅବକାରୀ ନିର୍ଦ୍ଦେଶାଳୟ ସ୍ବୟଂଚାଳିତ ହେବା ସହ ସମସ୍ତ କାରବାର ଖୁବ୍‌ଶୀଘ୍ର ଅନ୍‌ଲାଇନ୍ ଯୋଗେ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ନେଇ ବୈଠକରେ ଅଧିକାରୀମାନଙ୍କୁ ଅବଗତ କରାଯାଇଛି।

ସ୍ଥାନୀୟ ଏସଆଇଆରଡିଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବକ୍ତବ୍ୟ ରଖି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ଭେଜାଲ ମଦ କାରବାର ରାଜ୍ୟରେ ଯେଭଳି ନ ହୁଏ. ସେଥିପାଇଁ ଅଧିକାରୀମାନେ ଦୃଷ୍ଟି ଦେବା ଦରକାର। ଅମମିଶ୍ରିତ ଲିକର୍ କିମ୍ବା ଶୁଳ୍କ ପଇଠ ହୋଇନଥିବା ମଦକୁ ଧରିବା ପାଇଁ ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି ପାଳନ କରାଯିବ। ଏହି ଅବସରରେ ବିଭାଗୀୟ ଶାସନ ସଚିବ ତଥା କମିସନର ସୁଶୀଲ କୁମାର ଲୋହାନୀ ସୂଚନା ଦେଇ କହିଥିଲେ, ଅବକାରୀ ନିର୍ଦ୍ଦେଶାଳୟକୁ ସ୍ବୟଂଚାଳିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହିତ ଅନଲାଇନ ଯୋଗେ ଅବକାରୀ କାରବାର କରିବା ନେଇ ଦ୍ରୁତ ଗତିରେ ନେଟଵାର୍କିଂ କାମ ଆଗେଇ ଚାଲିଛି। ରାଜ୍ୟର କୌଣସି ଅଞ୍ଚଳରେ ଗଞ୍ଜେଇ ଚାଷ ଯେପରି ନ ହୁଏ, ସେଥିପ୍ରତି ଅଧିକାରୀମାନେ ସତର୍କ ଦୃଷ୍ଟି ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଅବକାରୀ ରାଜସ୍ବ ଆଦାୟ ଉପରେ ଗୁରୁତ୍ବ ଦେବାକୁ କମିସନର ତାଗିଦ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ତ୍ରିବିକ୍ରମ ପ୍ରଧାନ, ଅବକାରୀ କମିସନର ଅଞ୍ଜନ କୁମାର ମାଣିକ, ଓଡ଼ିଶା ପାନୀୟ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସେଠି, ୩୧ଟି ଅବକାରୀ ଜିଲ୍ଲା ଅଧ୍ୟକ୍ଷଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe