ମୌସୁମୀ ପରିସ୍ଥିତିର ପ୍ରସ୍ତୁତି ପାଇଁ ସମୀକ୍ଷା ବୈଠକ

Advertisment
ନିଅଣ୍ଟିଆ ବର୍ଷାରେ ସରିଲା ଜୁନ୍‌

Image Courtesy of Skymet

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପୂର୍ବରୁ ପ୍ରାକ୍‌ ମୌସୁମୀ ତଥା ମୌସୁମୀ ପରିସ୍ଥିତିର ସମୀକ୍ଷା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଏନ୍‌ଡିଏମ୍‌ଏ)ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତ ମେ ୫ରେ ଗ୍ରୀଷ୍ମ ପ୍ରବାହ ଓ ମୌସୁମୀ ପରିସ୍ଥିତିର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହାର ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ଏନ୍‌ଡିଏମ୍‌ଏ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି), ଜାତୀୟ ରିମୋଟ ସେନ୍ସିଂ ସେଣ୍ଟର (ଏନ୍‌ଆର୍‌ଏସ୍‌ସି), କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି), ସମନ୍ବିତ ପ୍ରତିରକ୍ଷା କର୍ମଚାରୀ, ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନ୍‌ଡିଆର୍‌ଏଫ୍‌), ଭାରତୀୟ ତଟରକ୍ଷୀ ବାହିନୀ, ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକଙ୍କ ସମେତ ୧୯ଟି ବନ୍ୟା ପ୍ରବଣ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଆବାସିକ କମିସନରମାନେ ଉପସ୍ଥିତ ଥିଲେ।

ବୈଠକରେ ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଯୋଜନା (ଏସ୍‌ଡିଏମ୍‌ପି)ର ସମୀକ୍ଷା କରାଯାଇଥିଲା । ରାଜ୍ୟ ଜରୁରିକାଳୀନ କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ଓ ଜିଲ୍ଲା ଜରୁରିକାଳୀନ କାର୍ଯ୍ୟାନୁଷ୍ଠାନ କେନ୍ଦ୍ର (ଡିଇଓସିଏସ)ଗୁଡ଼ିକୁ ବର୍ଷସାରା ୨୪ ଘଣ୍ଟା କାର୍ଯ୍ୟକ୍ଷମ କରିବା ନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଆଇଏମ୍‌ଡି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ବାଭାବିକ ରହିବାର ସମ୍ଭାବନା ରହିଛି। ବନ୍ୟା ମୁକାବିଲା ପାଇଁ ବିଭିନ୍ନ ବନ୍ୟା ପ୍ରବଣ କ୍ଷେତ୍ରରେ ପ୍ରାକ-ମୌସୁମୀ ପ୍ରସ୍ତୁତି ସ୍ବରୂପ ଏନ୍‌ଡିଆର୍‌ଏଫ୍‌ ବାହିନୀକୁ ମୁତୟନ କରାଯିବ । ଏଥିପାଇଁ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସହିତ ବିଚାର ବିମର୍ଶ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ସୁପାରିସକୁ ଆଧାର କରି ଆଗୁଆ ସମନ୍ବିତ ବନ୍ୟା ସତର୍କତା ପ୍ରଣାଳୀକୁ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏହି ପ୍ରଣାଳୀକୁ କାର୍ଯ୍ୟକାରୀ କରାଗଲେ ସହରାଞ୍ଚଳରେ ବନ୍ୟା ନିୟନ୍ତ୍ରଣରେ ସହାୟତା ମିଳିପାରିବ । ବିଶେଷ କରି ବିଭିନ୍ନ ରାଜ୍ୟର ନଗର ନିଗମ ସଂସ୍ଥାଗୁଡ଼ିକ ଦ୍ବାରା ଏହି ପ୍ରଣାଳୀକୁ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା । ବୈଠକରେ ନଦୀବନ୍ଧ ଓ ଜଳଭଣ୍ଡାରଗୁଡ଼ିକର ବିପଦ ଓ ସତର୍କତା ସ୍ତର ସମୀକ୍ଷା କରାଯାଇଥିଲା ଏବଂ ନିର୍ଦ୍ଧାରିତ ସମୟରେ ଏ ସବୁର ଯାଞ୍ଚ ଉପରେ ଗୁରୁତ୍ବାରୋପ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe