ପୂର୍ବ ଭାରତକୁ ସଂଯୋଗ କରୁଥିବା ପାଇପଲାଇନ ଦେଶର ଗ୍ୟାସ ଆଧରିତ ଅର୍ଥନୀତିକୁ ଗତି ଦେବ: ଧର୍ମେନ୍ଦ୍ର

Advertisment

୬ଟି ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପର ସମୀକ୍ଷା

୬ଟି ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପର ସମୀକ୍ଷା

ଓଡ଼ିଶା ଅଧିକ ଲାଭ ପାଇବ: ଧର୍ମେନ୍ଦ୍ର

Hindustan

ଭୁବନେଶ୍ବର: ପେଟ୍ରୋଲିୟମ ତଥା ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଦେଶରେ ଚାଲୁଥିବା ୬ଟି ପ୍ରମୁଖ ପ୍ରାକୃତିକ ଗ୍ୟାସ ପାଇପ୍‌ଲାଇନ୍‌ ପ୍ରକଳ୍ପ ଗୁଡିକର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମୀକ୍ଷା କରିଛନ୍ତି। ଏଥିରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ପ୍ରକଳ୍ପ ଗୁଡିକ ହେଲା ଗେଲ୍ ପ୍ରାକୃତିକ ପାଇପଲାଇନ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରକଳ୍ପ, କର୍ଣ୍ଣାଟକ ଏବଂ ତାମିଲନାଡୁ ପ୍ରାକୃତିକ ଗ୍ୟାସ ଯୋଗାଣ ପ୍ରକଳ୍ପ, ଦକ୍ଷିଣ ଭାରତରେ ଆଇଓସିଏଲ୍‌ର ପ୍ରାକୃତିକ ଗ୍ୟାସ ପାଇପ୍‌ଲାଇନ୍‌ ପ୍ରକଳ୍ପ, ଇନ୍ଦ୍ରଧନୁଷ ଗ୍ୟାସ ଗ୍ରିଡ ପ୍ରକଳ୍ପ ଅଧୀନରେ ଚାଲୁଥିବା ଉତ୍ତର ପୂର୍ବ ଗ୍ୟାସ ଗ୍ରିଡ ପାଇପ୍ ଲାଇନ ପ୍ରକଳ୍ପ ଏବଂ ଆଇଓସିଏଲର ଏନ୍ନୋର- ବାଙ୍ଗାଲୁରୁ- ମଦୁରାଇ- ଟୁଟିକୋରିନ ପ୍ରମୁଖ ଗ୍ୟାସ ପାଇପ୍‌ଲାଇନ୍‌ ପ୍ରକଳ୍ପ।

ଆତ୍ମଭାରତ ଅଭିଯାନର ଅଂଶ ଭାବେ ପରିଗଣିତ ଗେଲ୍ ପ୍ରାକୃତିକ ପାଇପଲାଇନ ପ୍ରକଳ୍ପରେ ଭ ଭଗେଲ୍ ୧ ହଜାର କୋଟି ଟଙ୍କାରୁ ଅଧିକ ଲାଇନ୍‌ ପାଇପ୍ ଟେଣ୍ଡର ପ୍ରକ୍ରିୟାକରଣ କରୁଛି। ୨୦୨୦ ସେପ୍ଟେମ୍ବର ସୁଦ୍ଧା ପ୍ରାୟ ୧ ଲକ୍ଷ ଇସ୍ପାତ କିଣିବା ତଥା ଘରୋଇ ବିଡର୍‌ଙ୍କ ଠାରୁ ୮୦୦ କିଲୋମିଟର ପାଇପ୍‌ ଯୋଗାଣ ପାଇଁ ଏହି ଟେଣ୍ଡର ପ୍ରକ୍ରିୟାକରଣ କରାଯାଉଥିବା ଶ୍ରୀ ପ୍ରଧାନ କହିଛନ୍ତି । ଏହାର ପରିମାଣ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଦୁଇଗୁଣିତ ହେବ ବୋଲି ଆଶା କରାଯାଉଛି। ସେହିପରି ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରକଳ୍ପ କାମ ପୁଣି ଆରମ୍ଭ ହୋଇଛି । ପୂର୍ବ ଭାରତକୁ ସଂଯୋଗ କରୁଥିବା ଏହି ପାଇପ୍‌ଲାଇନ୍‌ ଦେଶର ଗ୍ୟାସ ଆଧରିତ ଅର୍ଥନୀତିକୁ ଗତି ଦେବ। ଆଇଓସିଏଲ୍‌ ଦକ୍ଷିଣ ଭାରତ ଅଂଚଳରେ ୬ ହଜାର ୨୫ କୋଟି ଟଙ୍କା ବ୍ୟୟରେ ୧୪୫୦ କିମି ଲମ୍ବ ପ୍ରାକୃତିକ ଗ୍ୟାସ ପାଇପଲାଇନ ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି । ଭାରତରେ ଏହି ପ୍ରକଳ୍ପ ଆତ୍ମଭାରତ ଅଭିଯାନର ୨ ହଜାର ୬୦ କୋଟି ଟଙ୍କାରେ ଆନୁମାନିକ ୧.୬୫ ଲକ୍ଷ ମେଟ୍ରିକ୍ ଟନ ଇସ୍ପାତ୍ ଉତ୍ପାଦନ କରିବାର ସମ୍ଭାବନା ରଖିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ଇନ୍ଦ୍ରଧନୁଷ ଗ୍ୟାସ ଗ୍ରିଡ ଅଧୀନ ଦକ୍ଷିଣ ଭାରତରେ ଆଇଓସିଏଲ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପ୍ରକଳ୍ପ ୮ଟି ଉତ୍ତର ପୂର୍ବ ରାଜ୍ୟର ରାଜଧାନୀକୁ ସଂଯୋଗ କରୁଛି । ଆତ୍ମଭାରତ ଅଭିଯାନର ଏକ ଅଂଶ ଭାବରେ ଆଇଜିଜିଏଲ ୨୦୨୦ ଜୁଲାଇ ସୁଦ୍ଧା ଘରୋଇ ବିଡରଙ୍କ ଠାରୁ ୫୫୦ କିମି ଲାଇନ ପାଇପ ଯୋଗାଣ ନିମନ୍ତେ ୯୫୦ କୋଟି ଟଙ୍କାରୁ ଅଧିକ ୭୩ ହଜାର ମେଟ୍ରିକ ଟନ୍ ଇସ୍ପାତ ଉପଲବ୍ଧ କରିବାର ଲକ୍ଷ୍ୟ ରଖିଛି । ଆଇଓସିଏଲ୍‌ର ଏନ୍ନୋର- ବାଙ୍ଗାଲୁରୁ- ମଦୁରାଇ- ଟୁଟିକୋରିନ ଗ୍ୟାସ ପାଇପଲାଇନ ପ୍ରକଳ୍ପରେ ଏନ୍ନୋର ଠାରେ ଏଲଏନଜି ଟର୍ମିନାଲ ୪ଟି ଦକ୍ଷିଣସମୂହ ରାଜ୍ୟ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଏବଂ ପୁଡୁଚେରିର ୨୫ ଜିଲ୍ଲାକୁ ପହଁଚିବ । ଏହି ପ୍ରକଳ୍ପ ସିଏନ୍‌ଜି ଏବଂ ପିଏନ୍‌ଜି ଆବଶ୍ୟକ କରୁଥିବା ୬ କୋଟି ଲୋକଙ୍କ ପାଖରେ ଇନ୍ଧନ ପହଞ୍ଚାଇବ ଏବଂ ଗ୍ୟାସ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ସହ ଏହି କ୍ଷେତ୍ରର ୮୦ଟି ଶିଳ୍ପକୁ ମଜବୁତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe