OrissaPOST
ପଦ୍ମପୁର: ସ୍ବାଧୀନତାର ୭୫ ବର୍ଷ ଅତିକ୍ରମ ହୋଇଥିଲେ ସୁଦ୍ଧା ପଦ୍ମପୁର ଉପଖଣ୍ତ ଲଖମରା-ଚର୍ଦାପାଲି ମଝିରେ ଅଙ୍ଗନଦୀରେ ପୋଲ ନ ଥିଲା। ପୋଲ ନିର୍ମାଣରେ ପୂଜାରୀପାଲି ନଦୀବନ୍ଧ ପ୍ରତିବନ୍ଧକ ସାଜିଥିଲା। ଦୀର୍ଘ ଦିନ ପରେ ତାର ସମାଧାନ ହୋଇ ପୋଲ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି।
ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଯନ୍ତ୍ରୀ ପ୍ରଦୀପ ସାମଲ, ନିର୍ବାହୀ ଯନ୍ତ୍ରୀ ଶିବାଜୀ ପ୍ରଧାନ, କନଷ୍ଟ୍ରକସନ ଚିଫ ଇଞ୍ଜିନିୟର ସୁଶିଲ ସାମନ୍ତରାୟ, ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ସଂପୃକ୍ତ ପୋଲ ନିର୍ମାଣ କଣ୍ଟ୍ରାକ୍ଟର ଅମରଦୀପ ଅଗ୍ରୱାଲ ପୋଲ ନିର୍ମାଣସ୍ଥଳୀ ଅଙ୍ଗନଦୀକୁ ପହଂଚି ସମୀକ୍ଷା କରିଥିଲେ।
Follow Us