ଅନୁଗୁଳରେ ଜଙ୍ଗଲ, ପରିବେଶ ମନ୍ତ୍ରୀଙ୍କ ସମୀକ୍ଷା: ହାତୀ ଘଉଡ଼ାଇବା ପାଇଁ ହେବ ସ୍ବତନ୍ତ୍ର ଯୋଜନା

Advertisment

ଖାଦ୍ୟ ଅଭାବ ଓ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ପାଇଁ ହାତୀ ଜନବସତି ମୁହାଁ ହେଉଛନ୍ତି। ସେମାନଙ୍କୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବନବିଭାଗ ଉଦ୍ୟମ କରୁଥିଲେ ମଧ୍ୟ ସବୁବେଳେ ସଫଳତା ମିଳୁନି।

ଖାଦ୍ୟ ଅଭାବ ଓ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ପାଇଁ ହାତୀ ଜନବସତି ମୁହାଁ ହେଉଛନ୍ତି। ସେମାନଙ୍କୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବନବିଭାଗ ଉଦ୍ୟମ କରୁଥିଲେ ମଧ୍ୟ ସବୁବେଳେ ସଫଳତା ମିଳୁନି।

ଅନୁଗୁଳ: ଖାଦ୍ୟ ଅଭାବ ଓ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ପାଇଁ ହାତୀ ଜନବସତି ମୁହାଁ ହେଉଛନ୍ତି। ସେମାନଙ୍କୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବନବିଭାଗ ଉଦ୍ୟମ କରୁଥିଲେ ମଧ୍ୟ ସବୁବେଳେ ସଫଳତା ମିଳୁନି। ଅନୁଗୁଳ ଜିଲ୍ଲାରେ ଏହି ସମସ୍ୟା ଉତ୍କଟ ହୋଇଥିବାରୁ ହାତୀଙ୍କୁ ଘଉଡ଼ାଇବା ପାଇଁ ସ୍ବତନ୍ତ୍ର ଯୋଜନା କରାଯିବ ବୋଲି କହିଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ। ଆଜି ଅନୁଗୁଳ ସର୍କିଟ୍‌ ହାଉସ୍‌ରେ ସେ ବନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରିଥିଲା ବେଳେ ହାତୀ ଉପଦ୍ରବ ରୋକିବା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି। ଏପରିକି ଆବଶ୍ୟକ ହେଲେ ହାତୀଙ୍କୁ ଟ୍ରାଙ୍କୁଲାଇଜ୍‌ କରି ଲୋକଙ୍କୁ ସୁରକ୍ଷା ଦିଆଯିବ ବୋଲି ସେ କହିଛନ୍ତି। 

ଲୋକଙ୍କ ସହମତି ପରେ ବାଘ ଛାଡ଼ିବା ନିଷ୍ପତ୍ତି
ବିଭାଗୀୟ ସହମତି ଅଭାବରୁ ହାତୀ ମୃତ୍ୟୁ ବଢ଼ୁଛି

ସମୀକ୍ଷା ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଅନୁଗୁଳ‌ ଜିଲ୍ଲାରେ ହାତୀ ଉପଦ୍ରବ ବଢ଼ିବା ଖବର ସରକାରଙ୍କ ପାଖରେ ରହିଛି। ସବୁଠାରୁ ଅଧିକ ହାତୀ ଏଠାରେ ଅଛନ୍ତି। କିଛି ଗାଁରେ ବର୍ଷସାରା ହାତୀ ରହୁଛନ୍ତି। ହାତୀମାନେ ଧାନ, ପଣସ, ତାଳ, ଆମ୍ବ ଖାଇବାକୁ ଜନବସତି ଆଡ଼କୁ ଆସୁଛନ୍ତି। ଏହି ସମସ୍ୟାର କିପରି ତ୍ବରିତ ସମାଧାନ ହୋଇପାରିବ ସେଥିନେଇ ଆଜି ବନ ବିଭାଗର ବରି‌ଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଜଙ୍ଗଲ ସୀମାରେ ସୌରବାଡ଼ ଲଗାଇବା ସହ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ହୋଇଛି। ଆଲୋକୀକରଣ ଓ ସାଇରନ୍‌ ଲଗାଇବାକୁ ମଧ୍ୟ କୁହାଯାଇଛି। ଏହାଛଡ଼ା ହାତୀ ଉପଦ୍ରବ କେମିତି କମିବ ‌ସେଥିନେଇ ଏକ ସ୍ବତନ୍ତ୍ର ଯୋଜନା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଟ୍ରେନ୍‌ ଦୁର୍ଘଟଣା ଓ ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଘଟଣାକୁ ସରକାର ଗୁରୁତର ସହ ନେଉଛନ୍ତି। ହାତୀ ସୁରକ୍ଷା ନେଇ ‌ରେଳବାଇ, ବିଦ୍ୟୁତ୍‌ ବିଭାଗ, ପରିବହନ ବିଭାଗ ଓ ବନବିଭାଗ ମଧ୍ୟରେ ୩ ମାସରେ ଥରେ ସମନ୍ବୟ ବୈଠକ ହେବା କଥା। କିନ୍ତୁ ଏହା ହେଉ ନଥିବାରୁ ସମସ୍ୟା ହେଉଛି। କିଛି ବିଭାଗ ସେମାନଙ୍କ ସାମାଜିକ ଦାୟିତ୍ବ ତୁଲାଉ ନାହାନ୍ତି। ବିଭାଗୀୟ ଅବହେଳା ପାଇଁ ହାତୀଙ୍କ ଅକାଳ ମୃତ୍ୟୁ ହେଉଛି। ଏହି ସବୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ ବି କେହି ଅବହେଳା କରିଥିବାର ପ୍ରମାଣ ମିଳେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। 

ଏପଟେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘ ଛାଡ଼ିବା ନେଇ ମନ୍ତ୍ରୀ କହିଛନ୍ତି ଯେ, ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶାକୁ ୫ଟି ବାଘ ଅଣାଯିବାର ଥିଲା। ଏଥିରୁ ୨ଟି ବାଘ ଶିମିଳିପାଳରେ ଛଡ଼ାଯାଇଛି। ସାତକୋଶିଆରେ ୩ଟି ବାଘ ଛାଡ଼ିବା ପାଇଁ ଯୋଜନା କରାଯାଇଥିଲା। ହେଲେ ଏଠାକାର ପରିବେଶ ବାଘକୁ କେମିତି ସୁହାଇବ ସେଥିନେଇ ସର୍ଭେ କରାଯାଉଛି। ସ୍ଥାନୀୟ ଲୋକଙ୍କ ମତାମତ ଓ ସହଯୋଗ ଆଧାରରେ ବାଘ ଛାଡ଼ିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେହିପରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଅଞ୍ଚଳରୁ ବିସ୍ଥାପନ ନେଇ ମନ୍ତ୍ରୀ କହିଛନ୍ତି, ପଲ୍ଲୀସଭା ଓ ଗ୍ରାମସଭାରେ ଏଥିନେଇ ସହମତି ପ୍ରକାଶ ପାଇଲା ପରେ ବିସ୍ଥାପନ କରିବା ନେଇ ସରକାର ବିଚାର କରିବେ। ଜୋର୍‌ କରି କାହାକୁ ବିସ୍ଥାପିତ କରାଯିବନି ବୋଲି ମନ୍ତ୍ରୀ କହିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe