ବରଗଡ଼ରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା, ଶିଳାନ୍ୟାସ

Advertisment
ବରଗଡ଼ରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା, ଶିଳାନ୍ୟାସ

ବରଗଡ଼ : ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ ବରଗଡ଼ ସଦର ବ୍ଲକ୍‌ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିଛନ୍ତି। ପ୍ରତ୍ୟେକ ଅଧିକାରୀ ଦଳଗତ ଭାବେ ପ୍ରତ୍ୟେକ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାମ କରିବାକୁ ସେ ଏହି ଅବସରରେ ପରାମର୍ଶ ଦେଇଥିଲେ। ବିଧାୟକ ଦେବେଶ ଆଚାର୍ଯ୍ୟ, ଡବ୍ଲୁଓଡିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ମିଶ୍ର, ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଡବ୍ଲୁଓଡିସି ସଦସ୍ୟ ଗତିକୃଷ୍ଣ ମିଶ୍ର ଓ ଉପଦେଷ୍ଟା ନାରାୟଣ ସାହୁ ଉପସ୍ଥିତ ଥିଲେ।

ଗସ୍ତ ଅବସରରେ ଶ୍ରୀ ତ୍ରିପାଠୀ ପ୍ରଥମେ ବ୍ଲକ୍‌ ଅଫିସ ସମ୍ମୁଖରେ ଓରମାସ୍‌, ମିସନ ଶକ୍ତି, ଉଦ୍ୟାନ ବିଭାଗ ତଥା ଜିଲ୍ଲା ପ୍ରଶାସନର ମିଳିତ ଅନୁକୂଲ୍ୟରେ ଆୟୋଜିତ ‘ଗାଁ ଆମ୍ବ ପସରା’ ଉଦ୍‌ଘାଟନ କରିଥିଲେ। ଜୁନ ୧୫ ତାରିଖ ଯାଏ ଏହା ଖୋଲିବ। ଶ୍ରୀ ତ୍ରିପାଠୀ ମଧ୍ୟ ଜମୁର୍ଡ଼ା ହାଇସ୍କୁଲ ପଡ଼ିଆଠାରେ ୫୦ ଲକ୍ଷ ଟଙ୍କା ଅଟକଳରେ ନିର୍ମିତ ହେବାକୁ ଥିବା ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ସହ ସ୍ଥାନୀୟ ବରାହଗୋଡ଼ା ଗ୍ରାମର ପଁର୍ରାପାଟ ଦେବୀ ମନ୍ଦିରର ନିର୍ମାଣାଧୀନ ଉନ୍ନତିମୂଳକ କାର୍ଯ୍ୟ ବୁଲି ଦେଖିଥିଲେ। ପରେ ସେ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣ ପରିସରରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ୫୦୦ ଆସନ ବିଶିଷ୍ଟ କ୍ରୀଡ଼ା ଓ ସାଂସ୍କୃତିକ ଅଡିଟୋରିଅମ୍ କାର୍ଯ୍ୟର ତଦାରଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe