ଏଣିକି ଅଫିସର୍‌ଙ୍କ ଦକ୍ଷତା ମୂଲ୍ୟାୟନରେ ‘୫ ଟି’ ପାଇଁ ମିଳିବ ୨୦%

Advertisment

୫ ଟିର କାର୍ଯ୍ୟକାରିତା ନେଇ ମାନସମନ୍ଥନ କଲେ ମୁଖ୍ୟମନ୍ତ୍ରୀ

୫ ଟିର କାର୍ଯ୍ୟକାରିତା ନେଇ ମାନସମନ୍ଥନ କଲେ ମୁଖ୍ୟମନ୍ତ୍ରୀ

ଏଣିକି ଅଫିସର୍‌ଙ୍କ ଦକ୍ଷତା ମୂଲ୍ୟାୟନରେ ‘୫ ଟି’ ପାଇଁ ମିଳିବ ୨୦%

ଭୁବନେଶ୍ବର : ଲୋକାଭିମୁଖୀ ସରକାର ଲୋକଙ୍କ ପାଖରେ ଉତ୍ତରଦାୟୀ। ଏଥିପାଇଁ ସହଯୋଗ, ସ୍ବଚ୍ଛତା, ଶିଳ୍ପ ବିଦ୍ୟା ବିଜ୍ଞାନ, ସଂସ୍କାର ଓ ସମୟ ହିଁ ମାପକାଠି। ସୁଶାସନ ପାଇଁ ଆଜି ସଚିବାଳୟରେ ‘୫ ଟି’ ମନ୍ତ୍ରର ସମୀକ୍ଷା କରିବା ଅବସରରେ ଅଧିକାରୀମାନଙ୍କୁ ଏପରି ରୋକଠୋକ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରାକୃତିକ ଦୁର୍ବିପାକ ପରିଚାଳନାରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ବିଶ୍ବସ୍ତରରେ ପ୍ରଶଂସା କରାଯାଇଛି। ସେହିପରି ରାଜ୍ୟରେ ଥିବା ବସ୍ତିବାସିନ୍ଦାଙ୍କୁ ବାସଗୃହ ଯୋଗାଣ ଓ ନକ୍ସଲ ପ୍ରଭାବ ହ୍ରାସ କରିବାରେ ସରକାରଙ୍କୁ ସଫଳତା ମିଳିଛି। କେବଳ ସଂଖ୍ୟାରେ ବୃଦ୍ଧି ହେଲେ ଚଳିବନି, ସବୁ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସରକାରୀ ବ୍ୟବସ୍ଥା ‘୫ ଟି’ ମନ୍ତ୍ର ଉପରେ ଆଧାରିତ ହେବା ଦରକାର। ଲୋକଙ୍କ ପାଖରେ ସରକାର ଉତ୍ତରଦାୟୀ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏଣିକି ସବୁ ଜିଲ୍ଲା ଏସ୍‌ପି ଏବଂ ଅତିରିକ୍ତ ପିସିସିଏଫ୍‌ କ୍ୟାଡର୍‌ର ଭାରତୀୟ ଜଙ୍ଗଲ ସେବା ଓ ତଦୁର୍ଦ୍ଧ ଅଧିକାରୀମାନଙ୍କ ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ପ୍ରସ୍ତୁତ କରାଯିବ। ଆଉ ସେମାନଙ୍କ କାର୍ଯ୍ୟଦକ୍ଷତାର ମୂଲ୍ୟାୟନ ନିଜେ ଖୋଦ ମୁଖ୍ୟମନ୍ତ୍ରୀ କରିବେ। ଯେଉଁଥିରେ ଲୋକଙ୍କୁ କିପରି ନ୍ୟାୟ ସଂଗତ ଭାବେ ସରକାରୀ ଅଧିକାରୀମାନେ ସେବା ଯୋଗାଉଛନ୍ତି ସେଥିପାଇଁ ଟିମ ଵାର୍କ, ଟ୍ରାନ୍ସପ୍ୟାରେନ୍ସି, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ ଓ ଟାଇମ ପାଇଁ ମିଳିବ ୨୦% ମାର୍କ।

ସରକାରଙ୍କ ନିର୍ଦ୍ଦେଶାଳୟ ଗୁଡ଼ିକୁ ସମ୍ପୃକ୍ତ ବିଭାଗ ସହିତ ଓସ୍ବାସ୍‌ ସଫ୍ଟୱେର୍ ଯୋଗେ ସଂଯୋଗ କରାଯିବ। ଏଥିପାଇଁ ଓସ୍ବାସ୍‌ ସିଷ୍ଟମ୍‌ର ବିକାଶ କରାଯିବ। ବୈଠକରେ ମୁଖ୍ୟମନ୍ତ୍ରୀ ପୂର୍ତ୍ତ, ଗୃହ ଓ ନଗର ଉନ୍ନୟନ ବିଭାଗ, ଶକ୍ତି, ଉଚ୍ଚଶିକ୍ଷା, ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ବାରା ‘୫ ଟି’ ପାଇଁ ନିଆଯାଇଥିବା ନୂତନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।

ପ୍ରକାଶଥାଉକି, ଗତମାସ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରି ଲୋକାଭିମୁଖୀ ପ୍ରଶାସନ ପାଇଁ ‘୫ ଟି’ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକଙ୍କ ସମେତ ସବୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସଚିବ, ଜିଲ୍ଲାପାଳ ଓ ଏସପି ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe