ଜିରୋ କାଜୁଆଲିଟି ଲକ୍ଷ୍ୟରେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

Advertisment

ବରିଷ୍ଠ ଆଇଏସ୍ ଅଧିକାରୀ ସତ୍ୟବ୍ରତ ସାହୁଙ୍କ ସମୀକ୍ଷା

ବରିଷ୍ଠ ଆଇଏସ୍ ଅଧିକାରୀ ସତ୍ୟବ୍ରତ ସାହୁଙ୍କ ସମୀକ୍ଷା

ଜିରୋ କାଜୁଆଲିଟି ଲକ୍ଷ୍ୟରେ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ତଳିଆ ଅଚଂଳ ବୁଲି ସ୍ଥିତି ପରଖିଲେ
ରିଲିଫ୍ ଓ ରେସକ୍ୟୁ ଉପରେ ସର୍ବାଧିକ ଗୁରୁତ୍ୱ

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ତିନି ନଦୀ ପାଇକା, ଦେବୀ ଓ ମହାନଦୀରେ ବନ୍ୟା ପାଣି ଧୀରେ ଧୀରେ ବଢ଼ିବାରେ ଲାଗିଛି । ଜିଲ୍ଲାରେ ସାମ୍ଭବ୍ୟ ବନ୍ୟାକୁ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ବିଧାୟକ, ବରିଷ୍ଠ ଅଧିକାରୀଙ୍କ ସମେତ ଜିଲ୍ଲାପାଳ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତଳିଆ ଅଂଚଳରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି । ତେବେ ଆଜି ଜଗତସିଂହପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଥିବା ବିଦ୍ୟାଳୟ ଓ ଗଣ ଶିଖା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧିକାରୀମାନଙ୍କ ଆଲୋଚନା କରି ଲୋକମାନଙ୍କୁ କିଭଳି ଉଦ୍ଧାର କରାଯାଇ ରିଲିଫ୍ ପ୍ରଦାନ କରାଯିବା ଏବଂ ଯେଭଳି କେହି ଜଣଙ୍କର ମଧ୍ୟ ଜୀବନ ନଯାଏ ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି ।

ଆଜି ବନ୍ୟା ସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ଘୋଷଣା ପରେ ଅପରାହ୍ନରେ ବରିଷ୍ଠ ଆଇଏଏସ୍ ଅଧିକାରୀ ଶ୍ରୀ ସାହୁ ଜିଲ୍ଲାରେ ପହଚିଂ ଥିଲେ । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସହ ତିର୍ତ୍ତୋଲ ବ୍ଳକର କୋଲର, ତାର୍ତ୍ତୋଲ ପଂଚାୟତ ଓ କୁଜଙ୍ଗ ବ୍ଲକର ହରିପୁର ପଂଚାୟତ ଗ୍ରସ୍ତ କରି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଜଇପୁର ପଥପ୍ରାପ୍ତ ଆଶ୍ରୟସ୍ଥଳ ଠାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବନ୍ୟା ମୁକାବିଲ ନିମେନ୍ତ ଆଲୋଚନା ସମୀକ୍ଷା କରିଥିଲେ । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଯେପରି କୌଣସି ଜଣେ ଲୋକଙ୍କର ବନ୍ୟାରେ ପ୍ରାଣହାନୀ ନହୁଏ ସେଥିପାଇଁ ସମସ୍ତ ଅଧିକାରୀ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ତିର୍ତ୍ତୋଲ ବ୍ଳକର କୋଲର, ଗୋପାଳପୁର, ଶଙ୍ଖେଶ୍ୱର, କୋଷଲ ଓ କଟରା, କୁଜଙ୍ଗ ବ୍ଳକର ଜିଲ୍ଲାନାସୀ, ସାଇଲୋ, ହଂସୁରା, ବାଲିକଣି ଓ କାଠକୋଟ ଏବଂ ଜଗତସିଂହପୁର ବ୍ଲକର ଆଳିପିଙ୍ଗଳ, କଣ୍ଟିଲୋ ପଂଚାୟତ ବନ୍ୟା ଭୟ ଥିବାରୁ ସେଠାରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ବିପଦରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ସୁଧା ତିର୍ତ୍ତୋଲର ୩୪୦ ଜଣ ଏବଂ ଜଗତସିଂହପୁର ବ୍ଲକର ୧୨ ଜଣଙ୍କୁ ଆଶ୍ରୟ ସ୍ଥଳକୁ ଅଣା ଯାଇଛି ।

publive-imageତେବେ କୋଭିଡ୍ ନିୟମକୁ ଅଧିକାରୀ, କର୍ମଚାରୀ ଓ ଜନସାଧାରଣ ଯେପରି କଡ଼ା ଭାବେ ମାନିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା । ଲୋକମାନଙ୍କ ପାଇଁ ଶୁଖିଲା ଓ ରନ୍ଧାଖାଦ୍ୟ ଯୋଗଇବା, ଆଶ୍ରୟସ୍ଥଳରେ ଥିବା ଲୋକମାନଙ୍କୁ ମାସ୍କ ଯୋଗାଇ ଦେବା ସହ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ସାପକାମୁଡ଼ା ଔଷଧ, ହାଲୋଜିନ୍ ଟାବ୍ଲେଟ୍ ରାତି ସୁଦ୍ଧା ପହଞ୍ଚାଇବା, କ୍ଷତି ଗ୍ରସ୍ତ ପଂଚାୟତ ମାନଙ୍କରେ ପଲିଥିନ୍ ମହଜୁତ ରଖିବା, ଚୁଡ଼ା, ଗୁଡ଼ ମହମବତୀ ବନ୍ୟାଚଂଳକୁ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଜୁଳି ପାଇଁ ଆଗୁଆ ତହସିଲଦାର ଓ ବିଡ଼ିଓମାନେ ଜେନେରେଟର ମହଜୁତ ରଖିବାକୁ କୁହାଯାଇଛି । ବନ୍ୟା ସମୟରେ ପାନୀୟ ଜଳ ଯୋଗୁଁ ଯେପରି ଡାହିରିଆ କିମ୍ବା ଅନ୍ୟ ଜଳବାହିତ ରୋଗ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ପ୍ରତି ପଂଚାୟତରେ ମୋବାଇଲ୍ ସ୍ୱାସ୍ଥ୍ୟ ଟିମ୍ ତୁରନ୍ତ ଗଠନ କରିବାକୁ ସିଡିଏମ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କ୍ଷତିଗ୍ରସ୍ତ ପଂଚାୟତରେ ମୋବାଇଲ୍ ହେଲ୍ଥ ଟିମ୍ ପଠାଇବାକୁ କୁହାଯାଇଛି । ଆବଶ୍ୟକ ଗୋଖାଦ୍ୟ ଯୋଗଇବା ସହ ଗାଇ ଗୋରୁଙ୍କ ଚିକିତ୍ସା ପାଇଁ ମୋବାଇଲ୍ ହେଲ୍ଥ୍ ଟିମ୍ ବୁଲିବାକୁ ସିଡିଭିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେେବେ ଜିଲ୍ଲାରେ ୪୨ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଏବଂ ୫୪୨ଟି ବିଦ୍ୟାଳୟ, ପଂଚାୟତ ଅଫିସ, ଅଙ୍ଗନବାଡ଼ି କେନ୍ଦ୍ର, ପ୍ରସ୍ତୁତ କରାଯାଇଛି । ଆଜି ବୈଠକରେ ବନ୍ୟା ପ୍ରସ୍ତୁତିକୁ ନେଇ ଶ୍ରୀ ସାହୁ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଓ ଟିମ୍‌କୁ କୃତଜ୍ଞତା ଜଣାଇଥିଲେ । କିନ୍ତୁ ଆଜି ରାତି ଓ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ଥିବାରୁ କୌଣସି ଅଧିକାରୀ ଜିଲ୍ଲା ବାହାରକୁ ଯାଇ ପାରିବେ ନାହିଁ ଓ ଏହି ସମୟରେ କୌଣସି ଅଧିକାରୀ ଛୁଟି ନେଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଆଜି ରାତିରେ ଜଳ ସମ୍ପଦ ବିଭାଗ ଯନ୍ତ୍ରୀ ମୋବାଇଲ୍ ପାଟ୍ରୋଲିଂ କରି ବନ୍ଧ ଗୁଡ଼ିକରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀ ସାହୁ କହିଛନ୍ତି ଯେ ଜଗତସିଂହପୁର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସେଭଳି ଗୁରୁତର ସମସ୍ୟା ଆସି ନାହିଁ । ଲୋକମାନଙ୍କର ଭୟଭିତ ହେବାର କୌଣସି କାରଣ ନାହିଁ । ପ୍ରଶାସନ ଓ ସରକାରଙ୍କୁ ଜନସାଧାରଣ ସହଯୋଗ କରିବାକୁ ନିବେଦନ କରିଛନ୍ତି । ଆଜି ରିଲିଫ୍ ଓ ରେସକ୍ୟୁ ଉପରେ ଗୁରୁତ୍ୱ ଦିଆଯାଇଛି । ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଆକଳନ ଏବଂ ପୁନଃ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ତେବେ ଆଜି ସକାଳେ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘଉନନ୍ଦନ ଦାସ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏବଂ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ତଳିଆ ଅଂଚଳ ବୁଲି ଦେଖିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe