ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର୍ ଅଗ୍ରଗତି ନେଇ ସମୀକ୍ଷା

ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର୍ ଅଗ୍ରଗତି ନେଇ ସମୀକ୍ଷା

E tender dsc

ଭୁବନେଶ୍ବର : ସହରା଼ଞ୍ଚଳରେ କଠିନ ବର୍ଜ୍ୟବସ୍ତୁରୁ ସୁଲଭ ମୂଲ୍ୟରେ ଖତ ଉତ୍ପାଦନ କରିବା ପାଇଁ ସମସ୍ତ ପୌରପାଳିକାରେ ମାଇକ୍ରୋ କମ୍ପୋଷ୍ଠିଂ ସେଣ୍ଟର ପ୍ରତିଷ୍ଠା ହେବ। ଏଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ସମସ୍ତ ପୌରପାଳିକାକୁ ମାର୍ଗଦର୍ଶିକା ଜାରି କରିଛି। ଏମସିସି ମଡେଲର ଜନକ କୁହାଯାଉଥିବା ତାମିଲନାଡ଼ୁର ଡ. ମୁରୁଗେସନ୍ ପାରାଦୀପ ଓ କୋଟପାଡ଼ ପୌରପାଳିକା ପରିଦର୍ଶନ କରି ସେଠାରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏମସିସି ନିର୍ମାଣ କାର୍ଯ୍ୟ ତ୍ବାରାନ୍ବିତ କରିବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପରାମର୍ଶ ଦେଇଛନ୍ତି।

ସ୍ବଚ୍ଛ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଯୋଜନାକୁ ଅଗ୍ରାଧିକାର ଦେଇ ସହରାଞ୍ଚଳରେ ବାହାରୁଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସମସ୍ତ ପୌରପାଳିକାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମସିସି) ପ୍ରତିଷ୍ଠା ହେଉଛି। ତାମିଲନାଜଡ଼ୁ ଢାଞ୍ଚାରେ ପ୍ରତିଷ୍ଠା ହେଉଥିବା ଏହି ଖତ ତିଆରି କେନ୍ଦ୍ର ସହରାଞ୍ଚଳରେ ବର୍ଜ୍ୟ ପରିଚାଳନାରେ ବେଶ୍ ସହାୟକ ହେବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପୌରାଞ୍ଚଳଗୁଡ଼ିକୁ ଆବର୍ଜନାମୁକ୍ତ କରିବା ନିମନ୍ତେ ୨୪୨ଟି ଏମସିସି ନିର୍ମାଣ ପାଇଁ ଶୁଭ ଦେଇଥିଲେ। ବିଭାଗୀୟ ମନ୍ତ୍ରୀ ଶ୍ରୀ ଜେନା ଏହି ଏମସିସି ନିର୍ମାଣ କାର୍ଯ୍ୟ ନିୟମିତ ସମୀକ୍ଷା କରିବା ସହିତ କ୍ଷେତ୍ର ପରିଦର୍ଶନ କରିବାକୁ ନିଷ୍ପତ୍ତି ହୋଇଥିଲା। ପୌରସଂସ୍ଥାଗୁଡ଼ିକରେ ସ୍ବଚ୍ଛ ଭାରତ ମିସନ ସହିତ ଜଡ଼ିତ ୨୮ ହଜାର ୭୦୬ ଜଣ କର୍ମଚାରୀଙ୍କୁ ଏ ନେଇ ତାଲିମ ପ୍ରଦାନ କରାଯାଇଛି। ଦୈନିକ ୧ରୁ ୫ ଟନ୍ ବର୍ଜ୍ୟବସ୍ତୁ ପରିଚାଳନା କରିବା ପାଇଁ ପ୍ରତ୍ୟେକ ପ୍ରତ୍ୟେକ ଏମସିସିର କ୍ଷମତା ରହିବ। ଚାଷ ଜମିରେ ରାସାୟନିକ ସାର ବ୍ୟବହାର ପରିବର୍ତ୍ତେ ଏମସିସିରୁ ବାହାରିବାକୁ ଥିବା ଖତ ବ୍ୟବହାର ହେବ। ଏମସିସିର ଜନକ ଡ. ମୁରୁଗେସନ୍ ପାରାଦୀପ ପୌରପାଳିକା କାର୍ଯ୍ୟକାରୀ କରୁଥିବା ‘ମୋ ଖତ’ ଯୋଜନାକୁ ପ୍ରଶଂସା କରିବା ସହିତ ଏଥିପାଇଁ ନିୟୋଜିତ ସ୍ବଚ୍ଛ ସାଥିମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଢେଙ୍କାନାଳ ଗସ୍ତରେ ଯାଇ ମନ୍ତ୍ରୀ ଶ୍ରୀ ଜେନା ଏମସିସି ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe