ବେସରକାରୀ ସଂସ୍ଥାର କର୍ମଚାରୀଙ୍କୁ ବର୍ଦ୍ଧିତ ପେନ୍‌ସନ୍‌ ମିଳୁ

Advertisment
ସର୍ବନିମ୍ନ ପେନସନ ୭୫୦୦ ଟଙ୍କା କରିବାକୁ ଦାବି, ଆସନ୍ତାମାସରେ ଦିଲ୍ଲୀରେ ରାସ୍ତାରୋକ ଆନ୍ଦୋଳନ

IndiaFilings

ଭୁବନେଶ୍ୱର: ଘରୋଇ ବା ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଅସଂଖ୍ୟ କର୍ମଚାରୀ ଅବସର ପରେ ମାସକୁ ମାତ୍ର ଦୁଇ ବା ତିନି ହଜାର ଟଙ୍କା ପେନ୍‌ସନ୍‌ ପାଇଥାଆନ୍ତି। ଯଦି ଜଣେ କର୍ମଚାରୀଙ୍କ ଚାକିରି କାଳ ୩୦ ବର୍ଷ ହୋଇଥାଏ, ତେବେ ସେ ଉପରୋକ୍ତ ପରିମାଣର ପେନ୍‌ସନ ପାଇବାର ସମ୍ଭାବନା ଅଛି। ଯଦି କର୍ମଚାରୀଙ୍କ କାର୍ଯ୍ୟ କାଳ ୩୦ ବର୍ଷରୁ କମ୍ ହୁଏ, ତେବେ ପେନ୍‌ସନ୍‌ ପରିମାଣ ଆହୁରି କମିଯାଏ।

ଆଜିକାଲି ବଜାର ଦର ଯାହା, ସେଇ ପରିପ୍ରେକ୍ଷୀରେ ବିଚାର କଲେ ଏଇ ପେନ୍‌ସନ୍‌ ରାଶି ଯେ ନଗଣ୍ୟ, ଏହା କହିବା ବାହୁଲ୍ୟ ମାତ୍ର। ଏବେ ସରକାର ନିର୍ମାଣ ଶ୍ରମିକ, ଚାଷୀ ଓ ବ୍ୟବସାୟୀମାନଙ୍କ ଲାଗି ପେନ୍‌ସନ୍‌ର ଘୋଷଣା କରିଛନ୍ତି। ସେଇ ଦୃଷ୍ଟିରୁ ବିଚାର କଲେ ବେସରକାରୀ କର୍ମଚାରୀମାନଙ୍କ ଲାଗି ପେନ୍‌ସନ ପାଣ୍ଠିରେ ଟଙ୍କା ଜମା ହୋଇଆସୁଥିବା ସତ୍ତ୍ବେ ସେମାନଙ୍କୁ ଏତେ କମ୍ ପରିମାଣରେ ପେନ୍‌ସନ ଦିଆଯିବା ଅନ୍ୟାୟମୂଳକ ନୁହେଁ କି?

ଅବସର ପରେ ଜଣେ କର୍ମଚାରୀ ଯେତେବେଳେ ଅସୁରକ୍ଷିତ ହୋଇପଡ଼େ, ସେତିକି ବେଳେ ଏତିକି ମାତ୍ର ପେନ୍‌ସନ୍‌ ତା ଲାଗି ଏକ ନିଷ୍ଠୁର ପରିହାସ ଭଳି। ତେଣୁ ନୂଆ‌ ମୋଦୀ ସରକାର କ୍ୟାବିନେଟ୍‌ରେ ପାସ୍ କରି ବେସରକାରୀ ସଂସ୍ଥାର କର୍ମଚାରୀମାନଙ୍କ ଲାଗି ବର୍ଦ୍ଧିତ ହାରରେ ପେନ୍‌ସନ୍‌ର ବ୍ୟବସ୍ଥା କରିବା ଉଚିତ।

-ବୈଜୟନ୍ତୀ କର

ପ୍ରଶାନ୍ତି ବିହାର, ଭୁବନେଶ୍ବର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe