ଅସ୍ତରଙ୍ଗ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅସ୍ତରଙ୍ଗ ତହସିଲ ଅଧୀନସ୍ଥ ନଗର ଆର୍ଆଇ ଶୁଭ୍ରରଞ୍ଜନ ମହାପାତ୍ର। ସେ ଜଣଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହୋଇଛନ୍ତି। ତାଙ୍କୁ ଧରିବାକୁ ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିବା ବେଳେ ସେ ଟଙ୍କା ନେଇ ଦୌଡ଼ି ପଳାଉଥିଲେ। ମାତ୍ର ଏହି ସମୟରେ ପୂର୍ବରୁ ଛକି ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କୌଶଳ କ୍ରମେ କାବୁ କରି ନେଇଥିଲା। ସୂଚନା ଅନୁଯାୟୀ,ଏକ ଦାଖଲ ଖାରଜ ମାମଲା ଫଇସଲା କରି ପଟ୍ଟା କରାଇ ଦେବାକୁ ନଗର ସର୍କଲ ରାଜସ୍ୱ ନିରୀକ୍ଷକ ଶୁଭ୍ରରଞ୍ଜନ ମହାପାତ୍ର ସ୍ଥାନୀୟ ଅଶୋକ ବେହେରା ନାମକ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଦାବି କରି ହଇରାଣ କରୁଥିଲେ। ଏ ନେଇ ଆବେଦନକାରୀ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ସହ ଯୋଗାଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀ ଅଶୋକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଶ୍ରୀ ମାହାପାତ୍ରଙ୍କୁ ଧରି ପକାଇଥିଲେ। ସେ ଅଧିକାରୀମାନଙ୍କୁ ଧକ୍କା ମାରି ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଭିଜିଲାନ୍ସ ଟିମ୍ ତାଙ୍କୁ କୌଶଳ କ୍ରମେ କାବୁ କରି ନେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us