ଭିଜିଲାନ୍ସ ଜାଲରେ ଆର୍‌ଆଇ, ମଧ୍ୟସ୍ଥି: ୨୦ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ

Advertisment
ଭିଜିଲାନ୍ସ ଜାଲରେ ଆର୍‌ଆଇ, ମଧ୍ୟସ୍ଥି: ୨୦ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ

ବରଗଡ଼/ପାଇକମାଳ : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍‌ ଜାମ୍‌ସେଠ୍‌ର ଆର୍‌ଆଇ ଡମ୍ବରୁଧର ସେଠ୍‌। ଟଙ୍କା କାରବାରରେ ମଧ୍ୟସ୍ଥି ସାଜିଥିବା ବିବେକାନନ୍ଦ ମାଝୀ ବି ଭିଜିଲାନ୍ସ ହାବୁଡ଼ରେ ପଡ଼ିଛି।

ଭିଜିଲାନ୍ସ ବିଭାଗର ସୂଚନା ମୁତାବକ, ଗୋଟିଏ ଜମି ମାମଲାକୁ ନେଇ ତହସିଲଦାର ଏକ ରିପୋର୍ଟ ମାଗିଥିଲେ। ଏହି ରିପୋର୍ଟ ନିଜ ସପକ୍ଷରେ ରଖିବାକୁ ଆବେଦନକାରୀ ଏବଂ ତାଙ୍କ ପିତା ଆର୍‌ଆଇ ଡମ୍ବରୁଧର ସେଠ୍‌ଙ୍କୁ ଭେଟିଥିଲେ। ୨୦ ହଜାର ଟଙ୍କା ଦେବାକୁ କଥା ଛିଣ୍ଡିଥିଲା। ଏହି ଟଙ୍କା କାରବାରର ମଧ୍ୟସ୍ଥି ସାଜିଥିଲା ବିବେକାନନ୍ଦ ମାଝୀ। ଆବେଦନକାରୀ ଧାର୍ଯ୍ୟ ୨୦ ହଜାର ଟଙ୍କା ଦେଉଥିବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍‌ ଉଭୟଙ୍କୁ ମାଡ଼ି ବସିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲା। ଏହାପରେ ଭିଜିଲାନ୍ସ ଟିମ୍‌ ଶ୍ରୀ ସେଠ୍‌ଙ୍କ ବାସଭବନ ଏବଂ ଦପ୍ତରରେ ଚଢ଼ଉ କରି କାଗଜପତ୍ର ଯାଂଚ କରିଥିଲା। ଖବର ଲେଖାଯିବା ଯାଏଁ ଭିଜିଲାନ୍ସ ଟିମ୍‌ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ତନାଘନା ଜାରି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe