ଝାରସୁଗୁଡ଼ା: ଝାରସୁଗୁଡ଼ା ତହସିଲ ଅଫିସରୁ ଜଣେ ଆର୍ଆଇ ଆଶ୍ଚର୍ଯ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ଏ ନେଇ ଲଇକେରା ଓ ଝାରସୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଆର୍ଆଇ ହେଉଛନ୍ତି ତାରାଚାନ୍ଦ ନାଏକ ଓ ତାଙ୍କ ଘର କିର୍ମିରା ବ୍ଳକ ସିଆଲରମାରେ। ପ୍ରାପ୍ତ ସୂଚନାନୁସାରେ ମଙ୍ଗଳବାର କିଛି ବ୍ୟକ୍ତି ଆସି ତାଙ୍କୁ ଖାଇଯିବାକୁ କହି କୁଆଡ଼େ ଡାକି ନେଇଥିଲେ। ତା’ ପରଠାରୁ ସେ ଆଉ ଘରକୁ ଫେରି ନଥିବା ଜଣାଯାଇଛି।
ତେବେ ଏ ନେଇ ନିଖୋଜ ନେଇ କୌଣସି ରିପୋର୍ଟ ହୋଇନଥିବା ବେଳେ ଜଣେ ଅତିରିକ୍ତ ତହସିଲଦାର ତାଙ୍କୁ ଫୋନ୍ ଯୋଗେ ଜଣାଇଛନ୍ତି ବୋଲି ଝାରସୁଗୁଡ଼ା ଥାନା ଆଇଆଇସି ସାବିତ୍ରୀ ବଳ କହିଛନ୍ତି। ସେହିପରି ଲଇକେରା ଥାନାଧିକାରୀ କହିଛନ୍ତି ଯେ, ତାଙ୍କ ପାଖକୁ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ରିପୋର୍ଟ ଦେବାକୁ ଆସିଥିଲେ। ତେବେ ସେ ତାଙ୍କୁ ଝାରସୁଗୁଡ଼ା ଥାନାରେ ଅଭିଯୋଗ କରିବାକୁ କହିଥିବା ପ୍ରକାଶ କରିଛନ୍ତି।
Follow Us