ଚାଉଳ ଚୋରି ବେଳେ ଧରାପଡ଼ି ଯୋଗାଣ କର୍ମଚାରୀ ହଟହଟା; ପିକଅପ୍ ଗାଡ଼ି ଜବତ, ୪ ଅଟକ

ଚାଉଳ ଚୋରି ବେଳେ ଧରାପଡ଼ି ଯୋଗାଣ କର୍ମଚାରୀ ହଟହଟା; ପିକଅପ୍ ଗାଡ଼ି ଜବତ, ୪ ଅଟକ

ମେଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ୍ ପାଇକବାହାଲ ପଞ୍ଚାୟତରେ ବହୁ ଦିନରୁ ଚାଲିଥିବା ପିଡିଏସ୍‌ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ବୁଧବାର ବିଳମ୍ବିତ ରାତି ୩ରୁ ୪ଟା ବେଳେ ପଞ୍ଚାୟତ ଗୋଦାମରୁ ଏକ ପିକ୍‌ଅପ୍ ଗାଡ଼ିରେ ୬୧ ବସ୍ତା ଚାଉଳ ଚୋରା ଚାଲାଣ କରିବାକୁ ଲୋଡିଂ କରୁଥିବା ବେଳେ ପୂର୍ବରୁ ଛକି ବସିଥିବା ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ଯାଇଛି। ସେମାନଙ୍କୁ ତରଭା ପୁଲିସ ଜିମା ଦିଆଯାଇଛି। ପୁଲିସ ୨୦ ବସ୍ତା ଚାଉଳ ସମେତ ଗାଡ଼ିକୁ ଜବତ କରିଛି।

ପାଇକବାହାଲ ପଞ୍ଚାୟତ ପିଡିଏସ୍‌ ଚାଉଳ ଦାୟିତ୍ବରେ ଥିବା ବ୍ରାହ୍ମଣୀପାଲିର କର୍ମଚାରୀ ନାରାୟଣ ବାଘ ଚାଉଳ ଚୋରି ବେଳେ ଧରାପଡ଼ି ବେଶ୍ ହଟହଟା ହୋଇଛି। ତା’ ସହ ପିକଅପ୍ ମାଲିକ ଖଗସାକନାର ଗଙ୍ଗା ଦେହୁରୀ, ଦେଉଲପଦର ଗ୍ରାମର ମୁଲମୁଲୁ କମ୍ପ ଓ ଚୈତନ୍ୟ ପୁରୋହିତଙ୍କୁ ଥାନାରେ ଅଟକ ରଖାଯାଇଛି। ଆଉ କେତେଜଣ ଅନ୍ଧାରର ସୁଯୋଗ ନେଇ ଧାଇଁ ପଳାଇବାରେ ସଫଳ ହୋଇଥିଲେ। ସରପଞ୍ଚ ଗଣନାଥ ସାହୁ ଭୋରରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ମେଣ୍ଡା ପୁଲିସକୁ ଖବର ଦେଇଥିଲେ। ତରଭା ଥାନାରେ କେସ ନମ୍ବର ୫୮/୨୩ରେ ମାମଲା ରୁଜୁ ହୋଇଛି। ଥାନାଧିକାରୀ ସୁବ୍ରତ ପାଣିଗ୍ରାହୀ ଓ ତରଭା ଯୋଗାଣ ନିରୀକ୍ଷକ ପାଇକବାହାଲ ପଞ୍ଚାୟତରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe