ରାଇସ ମିଲ୍‌ର ପ୍ରଦୂଷଣ ଏବେ ଲୋକଙ୍କ ପାଇଁ କାଳ

Advertisment

ଜନସାଧାରଣ ଅତିଷ୍ଠ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚୁପ୍ !

ଜନସାଧାରଣ ଅତିଷ୍ଠ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚୁପ୍ !

ରାଇସ ମିଲ୍‌ର ପ୍ରଦୂଷଣ ଏବେ ଲୋକଙ୍କ ପାଇଁ କାଳ

Orissa Post

ବୁର୍ଲା: ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଗୋଶାଳାରୁ ମୁଣ୍ଡୋଘାଟ ମଧ୍ୟରେ ଅନେକ ରାଇସ୍‌ ମିଲ୍‌ ରହିଛି l ଏହି ରାଇସ୍‌ ମିଲ୍‌ମାନଙ୍କର ପ୍ରଦୂଷଣ ଯୋଗୁ ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖପ୍‌ସିପାଲିରୁ ପରଦେଶୀ ପଡ଼ା ପର୍ଯ୍ୟନ୍ତ ଧାନ ମିଲ୍‌ଗୁଡିକରୁ ବାହାରୁଥିବା ପାଉଁଶ ଗୁଣ୍ଡ ପରିବେଶ ସୁରକ୍ଷା ନିୟମ ପାଲନ କରି ସ୍ବତନ୍ତ୍ର ଡମ୍ପିଂର ବ୍ୟବସ୍ଥା କରିବା କଥା। ମାତ୍ର, ମିଲ୍‌ ମାଲିକମାନେ ନିଜ ଖର୍ଚ୍ଚ ବଞ୍ଚାଇବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ପକାଉଥିବାରୁ  ପଥଚାରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ ପବନ ବୋହିଲେ ପାଉଁଶ ଉଡ଼ି ଲୋକଙ୍କ ଆଖିରେ ପଡୁଛି। ଦୁର୍ଘଟଣା ଘଟୁଛି ଓ ଯଦ୍ବାରା ସେମାନେ ଡାକ୍ତରଖାନା ଯାଇ ଖର୍ଚ୍ଚାନ୍ତ ହେଉଥିବା ନଜର ରହିଛି l

ଏପରିକି ଅଧିକ ପବନ  ହେଲେ ପାଉଁଶ ଉଡ଼ି ପଥଚାରୀମାନଙ୍କ ଦେହରେ ପୋତି ହୋଇଛି। ତେବେ ଏନେଇ ମିଲ୍‌ ମାଲିକମାନଙ୍କୁ ପଚାରିଲେ ଆମେ ରାସ୍ତାରେ ପାଉଁଶ ପକାଉ ନାହୁଁ ବୋଲି ନିଜ ଦୋଷ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣା ସମ୍ପର୍କରେ ଚନ୍ଦ୍ରମା ରାଇସ୍‌ ମିଲ୍‌ ମାଲିକ ଚନ୍ଦନ ଶର୍ମାଙ୍କୁ ପଚାରିବାରୁ ସେ କହିଲେ ଯେ ରାସ୍ତା କଡ଼ରେ ପଡ଼ିଥିବା ପାଉଁଶ କୌଣସି ଗୋଟିଏ ରାଇସ୍‌ ମିଲ୍‌ର  ନୁହେଁ । ଦୁଇ ଚାରି ମାସ ହେବ ଡମ୍ପିଂ ଗାଡ଼ି ଆସୁ ନଥିବାରୁ ଏତେ ପରିମାଣର ପାଉଁଶ ଜମା ହୋଇଯାଇଥିଲା। ଏହାକୁ ହଟେଇବାକୁ ଆମେ ଚେଷ୍ଟା କରୁଛୁ। କିନ୍ତୁ, ଏଥିପାଇଁ କିଛି ସମୟ ଲାଗିବ। ଏହି ଘଟଣାକୁ ଗୁରୁତର ସହ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଂପୃକ୍ତ ମିଲର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe